ଓଡ଼ିଶା ଜାତୀୟ

ଜଷ୍ଟିସ ସଙ୍ଗମ ସାହୁଙ୍କୁ ପଦୋନ୍ନତି ସୁପାରିସ କଲେ ସୁପ୍ରିମକୋର୍ଟ କଲେଜିଅମ

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ପଦୋନ୍ନତି ସୁପାରିସ କରିଛନ୍ତି ସୁପ୍ରିମକୋର୍ଟ କଲେଜିଅମ। ଗୁରୁବାର ଅନୁଷ୍ଠିତ କଲେଜିଅମ ବୈଠକରେ ଏହି ସୁପାରିସ କରାଯାଇଛି। ଜଷ୍ଟିସ ସାହୁଙ୍କୁ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ପଦବୀରେ ନିଯୁକ୍ତି ପାଇଁ ସୁପାରିସ କରାଯାଇଛି।

ଜଷ୍ଟିସ ସାହୁଙ୍କ ବ୍ୟତୀତ ଅନ୍ୟ ୪ ଜଣ ବିଚାରପତିଙ୍କ ନାମକୁ ମଧ୍ୟ ପଦୋନ୍ନତି ପାଇଁ ସୁପାରିସ କରାଯାଇଛି। ଆଲ୍ଲାହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ମନୋଜ କୁମାର ଗୁପ୍ତାଙ୍କ ନାମକୁ ଉତ୍ତରାଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ପଦ ପାଇଁ ସୁପାରିସ କରାଯାଇଥିବାବେଳେ ବମ୍ବେ ହାଇକୋର୍ଟ ବିଚାରପତି ଜଷ୍ଟିସ ରେବତୀ ପି. ମୋହିତେ ଡେରେଙ୍କ ନାମକୁ ମେଘାଳୟ ମୁଖ୍ୟ ବିଚାରପତି ପଦ ପାଇଁ ସୁପାରିସ କରାଯାଇଛି।

ସେହିପରି ବମ୍ବେ ହାଇକୋର୍ଟ ବିଚାରପତି ଜଷ୍ଟିସ ଏମ.ଏସ. ସୋନାକଙ୍କ ନାମକୁ ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ କେରଳ ହାଇକୋର୍ଟ ବିଚାରପତି ଏ. ମହମ୍ମଦ ମୁସ୍ତାକଙ୍କ ନାମକୁ ସିକ୍କିମ ହାଇକୋର୍ଟ ମୁଖ୍ୟ ବିଚାରପତି ପଦବୀରେ ନିଯୁକ୍ତି ପାଇଁ ସୁପାରିସ କରାଯାଇଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL