ଓଡ଼ିଶା

ବଲାଙ୍ଗୀରରେ ଖୋଲିନି ମଣ୍ଡି, ଧାନ ବିକ୍ରି କରିନପାରି ଚିନ୍ତାରେ ଚାଷୀ

ବଲାଙ୍ଗୀର: ବଲାଙ୍ଗୀର ଜିଲାରେ ଧାନ ମଣ୍ତି ଖୋଲିନଥିବାରୁ ଚାଷୀମାନଙ୍କୁ ଧାନ ବିକ୍ରୟ କରିବାରେ ସମସ୍ୟା ଉପୁଜିଛି। ଏହି ବିଷୟକୁ ନେଇ ବିଧାୟକ କଳିକେଶ ନାରାୟଣ ସିଂହଦେଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସମଗ୍ର ଜିଲାରେ ଧାନ ଅମଳ ସରିଯାଇଛି। ଜିଲାରେ ତୁରନ୍ତ ଧାନ ମଣ୍ତି ଖୋଲିବା ପାଇଁ ବିଧାୟକ ଦାବି କରିଛନ୍ତି।

ପଞ୍ଜିକୃତ ଚାଷୀମାନେଙ୍କୁ ସମୟସୀମା ମଧ୍ୟରେ ଟୋକନ୍ ପ୍ରଦାନ କରିବା ସହ ବେଆଇନ ଭାବରେ ଚାଷୀଙ୍କ ଠାରୁ ଧାନକିଣାରେ ସଂପୃକ୍ତ ଥିବା ଦଲାଲଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ଚିଠିରେ କହିଛନ୍ତି। ତାହା ସହ ମଣ୍ତି ବିଳମ୍ବରେ ଖୋଲା ହେଲେ ଅମଳ କରିଥିବା ଚାଷୀମାନେ ଆର୍ଥିକ ସଙ୍କଟରେ ସମ୍ମୁଖୀନ ହେବେ ବୋଲି କହିଛନ୍ତି ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL