ଜାତୀୟ

ଇଥିଓପିଆ ସଂସଦକୁ ସମ୍ବୋଦକ କଲେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଇଥିଓପିଆ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ । ଆଜି ଏହି ଅବସରରେ ଇଥିଓପିଆ ସଂସଦକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି ଯେ ଏହା ମୋ ପାଇଁ ଗର୍ବର ବିଷୟ କି ଲୋକତନ୍ତ୍ରର ମହିନ୍ଦରକୁ ଆସିଛି । ବନ୍ଧୁତାର ନୂଆ ଅଧ୍ୟାୟ ଲେଖୁଛନ୍ତି ଭାରତ ଓ ଇଥିଓପିଆ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ମନ ମିଶିଲେ ପର୍ବତ ଆପେ ଆପେ ରାସ୍ତା ଦେଖାଏ । ଇଥିଓପିଆ ସିଂହଙ୍କ ଦେଖ ମୁଁ ଏଠାକୁ ଆସି ବେଶ ଆନନ୍ଦିତ ଅନୁଭବ କରୁଛି । ନିଜ ଘରକୁ ଆସିବା ଭଳି ମନେ ହେଉଛି । କାରଣ ମୋ ଦେଶ ଭାରତରେ ମୋର ଗୃହ ଗୁଜୁରାଟକୁ ସିଂହର ଧରିତ୍ରୀ ବୋଲି କୁହାଯାଏ । ଆମ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍‌’ ଭଳି ଇଥିଓପିଆ ଜାତୀୟ ସଙ୍ଗୀତ ।

ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ ଇଥିଓପିଆ ସଂସଦକୁ ସମ୍ବୋଧିତ କରିବା ଏକ ମହାନ ସମ୍ମାନ ଏବଂ ସୌଭାଗ୍ୟର କଥା। ଇଥିଓପିଆର ସମୃଦ୍ଧ ଇତିହାସ, ସଂସ୍କୃତି ଏବଂ ଆତ୍ମା ଗଭୀର ସମ୍ମାନ ଏବଂ ପ୍ରଶଂସାକୁ ପ୍ରେରଣା ଦିଏ। ମୁଁ ଆମର ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ଭାରତର ପ୍ରତିବଦ୍ଧତା ଜଣାଇଛି । ଯାହା ସମାନ ମୂଲ୍ୟବୋଧ, ପାରସ୍ପରିକ ବିଶ୍ୱାସ ଏବଂ ଶାନ୍ତି, ବିକାଶ ଏବଂ ସହଯୋଗ ପାଇଁ ଏକ ସାଧାରଣ ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ।

ଇଥିଓପିଆ ସଂସଦରେ ସମ୍ବୋଧନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦିସ ଆବାବରେ ବୃକ୍ଷରୋପଣ କରିଛନ୍ତିି । ଇଥିଓପିଆର ଆଡୱା ବିଜୟ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ମୋଦୀ ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL