ଜାତୀୟ

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ: ସିଇସି

ଢାକା: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଦେଶର ଏହି ସାଧାରଣ ନିର୍ବାଚନ ସମ୍ପର୍କରେ ଗୁରୁବାର ବାଂଲାଦେଶ ମୁଖ୍ୟ ନିର୍ବାଚନ କମିସନର (ସିଇସି) ନସିରଉଦ୍ଦିନ ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ ନ୍ୟାସନାଲ ଆସେମ୍ବ୍ଲିର ମୋଟ ୩୦୦ ଆସନ ପାଇଁ ଭୋଟ ଗ୍ରହଣ ହେବ। ନିର୍ବାଚନ କାର୍ଯ୍ୟସୂଚୀ ଅନୁଯାୟୀ ୨୦୨୫ ଡିସେମ୍ବର ୨୯ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ। ଡିସେମ୍ବର ୩୦ରୁ ୨୦୨୬ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ଜାନୁଆରୀ ୨୦ ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ। ସିଇସି ନସିରଉଦ୍ଦିନ କହିଛନ୍ତି ଯେ ବାଂଲାଦେଶ ବିଶ୍ବକୁ ଜଣାଇ ଦେବାକୁ ଚାହେଁ ଯେ ଏହା ମୁକ୍ତ, ଅବାଧ ଓ ଗଣତାନ୍ତ୍ରିକ ନିର୍ବାଚନ କରାଇବାକୁ ପ୍ରସ୍ତୁତ। ନିର୍ବାଚନ ପୂର୍ବରୁ ମିଥ୍ୟା ଖବର ଓ ଗୁଜବ ପ୍ରତି ସତର୍କ ରହିବାକୁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ସାଧାରଣ ନିର୍ବାଚନ ସହିତ ଜୁଲାଇ ଚାର୍ଟର ରେଫରେଣ୍ଡମ୍ ପାଇଁ ମଧ୍ୟ ଫେବୃଆରୀ ୧୨ରେ ଭୋଟ ଗ୍ରହଣ ହେବ। ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ବିତାଡିତ ହେବା ପରେ ବାଂଲାଦେଶରେ ଏହା ପ୍ରଥମ ନିର୍ବାଚନ ହେବ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL