ଓଡ଼ିଶା

ଅଧ୍ୟାପିକାଙ୍କୁ ଅଶ୍ଳୀଳ ମେସେଜ କରି କଲେଜ ଅଧ୍ୟକ୍ଷ ଗିରଫ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ପରମାନନ୍ଦ ମହାବିଦ୍ୟାଳୟରେ। କିଛି ମାସ ତଳେ ରସାୟନ ବିଭାଗରେ ନିଯୁକ୍ତି ପାଇଥିବା ଜଣେ ଯୁବତୀଙ୍କ ଫୋନକୁ ଉକ୍ତ କଲେଜର ଅଧ୍ୟକ୍ଷଙ୍କ ମେସେଜ ବର୍ତ୍ତମାନ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଯୁବତୀ ଜଣଙ୍କ ମାନସିକ ସ୍ତରରେ ଆଘାତ ପାଇ ନିଜ ବାପା ମା ଙ୍କୁ ଜଣାଇବା ପରେ ବାପା ବୋଲଗଡ଼ ଥାନାରେ ଏତଲା ଦେଇଛନ୍ତି। ଯୁବତୀର ବାପାଙ୍କ ଅଭିଯୋଗ ଆଧାରରେ ତାଙ୍କ ଝିଅକୁ ଉକ୍ତ କଲେଜର ଅଧ୍ୟକ୍ଷ ବିଭିନ୍ନ ପ୍ରକାରର ଅଶ୍ଳୀଳ ମେସେଜ ଦେଇ ପ୍ରେମ ନିବେଦନ କରିଛନ୍ତି। ଭଏସ ମେସେଜରେ ମଧ୍ୟ ବିଭିନ୍ନ ପ୍ରକାରର ଅଶ୍ଳୀଳ କଥା କହୁଛନ୍ତି। ଦେଶରେ ନାରୀ ଆଉ ସୁରକ୍ଷିତ ନୁହଁନ୍ତି, ଶିକ୍ଷାନୁଷ୍ଠାନ ଭଳି ପବିତ୍ର ଅନୁଷ୍ଠାନ ରେ ଏ ପ୍ରକାର ଘଟଣାକୁ ନେଇ କଲେଜରେ ଝିଅ, ମହିଳାଙ୍କ ସୁରକ୍ଷା କୁ ନେଇ ଦାବି କରିଛନ୍ତି। ସେପଟେ ବୋଲଗଡ଼ ଥାନା ଅଧିକାରୀ ଏକ ମାମଲା ରୁଜ୍ଜୁ କରି ରସିକିଆ ଅଧ୍ୟକ୍ଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL