ଓଡ଼ିଶା

ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ବଲାଙ୍ଗିର: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୫୦ରୁ ଅଧିକ ଫଳ ଦୋକାନ ଜଳିଯାଇଛି। ଦୋକାନ ସମେତ ବହୁ ଟଙ୍କାର ଫଳ ମଧ୍ୟ ପୋଡ଼ି ନ​‌ଷ୍ଟ ହୋଇଯାଇଛି। ପ୍ରାୟ ୧ କୋଟି ଟଙ୍କାର ଫଳ ପୋଡ଼ିଯାଇଥିବା ଅନୁମାନ କରାଯାଉଛି।

ବଲାଙ୍ଗିର ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପୌର ସଂସ୍ଥାର ଏହି ଫଳ ବଜାର ରହିଛି। ଗୋଟିଏ ସ୍ଥାନରେ ସମସ୍ତ ଫଳ ବ୍ୟବସାୟୀ ବ୍ୟବସାୟ କରିଆସୁଛନ୍ତି। ସୋମବାର ହଠାତ ନିଆଁ ଲାଗି ଚାରିଆଡ଼େ ବ୍ୟାପିଯାଇଥିଲା। ୨ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ହେଲେ କ୍ଷୟକ୍ଷତିକୁ ରୋକାଯାଇପାରି ନ ଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବାବେଳେ ବ୍ୟବସାୟୀମାନଙ୍କୁ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL