ଓଡ଼ିଶା

ମହିଳାଙ୍କ ହତ୍ୟାକୁ ନେଇ ମୁହାଁମୁହିଁ ହେଲେ ଦୁଇ ଗାଁର ଲୋକେ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହେବା ପରେ ଦୁଇ ଗାଁ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ରବିବାର ଏହି ଘଟଣାକୁ ନେଇ ଦୁଇଟି ଯାକ ଗାଁ ମୁହାଁମୁହିଁ ହେବା ସହିତ ଗୋଟିଏ ଗାଁର ଲୋକେ ଅନ୍ୟ ଗାଁର ଜଣେ ବ୍ୟକ୍ତିଙ୍କ ଘର ଓ ପାଳଗଦାରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି।

ମହିଳାଙ୍କ ମୃତଦେହ ଉଦ୍ଧାର ହେବା ପରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତାଙ୍କୁ କିଏ ହତ୍ୟା କରିଛି ତାହାକୁ ନେଇ ଏମଭି-୨୬ ଏବଂ ରାଖାଲଗୁଡା ଗ୍ରାମ ମଧ୍ୟରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ପଳିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଘଟଣା ସ୍ଥଳରେ ପୋଲିସ ମୁତୟନ କରାଯାଇଛି । ଗତ ୪ ଦିନ ପୂର୍ବେ ପଡିଆମୀ ନାମକ ଜଣେ ମହିଳାଙ୍କ ମୃତଦେହ ଡୁଡୁମେଟଲା ଗ୍ରାମ ନିକଟସ୍ଥ ନଦୀରୁ ମୁଣ୍ଡ ବିହୀନ ଅବସ୍ଥାରେ ମିଳିବା ପରେ ଦୁଇ ଗାଁ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ମହିଳା ଜଣଙ୍କ ନିଖୋଜ ଥିବା ନେଇ କୋରୁକୋଣ୍ଡା ଥାନାରେ ଅଭିଯୋଗ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ମୁଣ୍ଡ ମିଳି ନ ଥିବା ବେଳେ ଘଟଣାକୁ ନେଇ  ଉତ୍ତେଜନା ଲାଗି ରହିଛି। ରାଖାଲଗୁଡା ଗାଁର କିଛି ଲୋକ ଏମଭି 26 ଗାଁର ଜଣଙ୍କ ପାଳ ଗଦା ଓ ଘରେ ନିଆଁ ଲଗାଇ ଦେଇଛନ୍ତି । ଘଟଣା ସ୍ଥଳରେ ମାଲକାନଗିରି ଏସଡିପିଓ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL