ଅନ୍ତର୍ଜାତୀୟ

ହଂକଂ ଅଗ୍ନିକାଣ୍ଡରେ ୧୨୮କୁ ବୃଦ୍ଧି ପାଇଲା ମୃତ୍ୟୁସଂଖ୍ୟା

ହଂକଂ: ଚୀନର ହଂକଂ​‌େ​‌ର ଘଟିଥିବା ଅଗ୍ନିକାଣ୍ଡର ମୃତ୍ୟୁସଂଖ୍ୟା ଶୁକ୍ରବାର ୧୨୮କୁ ବୃଦ୍ଧି ପାଇଛି। ବୁଧବାର ଅପରାହ୍ଣରେ ହଂକଂର ତାଇ ପୋ ଜିଲାରେ ୭ଟି ବଡବଡ ଆପାର୍ଟମେଣ୍ଟରେ ଏକକାଳୀନ ଅଗ୍ନିକାଣ୍ଡ ଘଟିଥିଲା। ନିଆଁରେ ଆପାର୍ଟମେଣ୍ଟଗୁଡିକ ସମ୍ପୂର୍ଣ୍ଣ ଜଳିଯାଇଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ହଂକଂର ସୁରକ୍ଷା ସଚିବ କ୍ରିସ୍ ଟାଙ୍ଗ କହିଛନ୍ତି ଯେ ଆପାର୍ଟମେଣ୍ଟ ଗୁଡିକରେ ତଲାସ କାର୍ଯ୍ୟ ଶେଷ ହୋଇଛି। କାଳେ କୌଣସି ଠାରେ କିଏ ଜୀବିତ ଅବସ୍ଥାରେ ଆପାର୍ଟମେଣ୍ଟରେ ଫସି ରହିଥିବ କି ସେଥିପାଇଁ ତଲାସ କାର୍ଯ୍ୟ କରାଯାଇଛି। ମାତ୍ର ଉଦ୍ଧାର କାର୍ଯ୍ୟ ଶେଷ ହୋଇ ନାହିଁ। ତେଣୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି। ଅଗ୍ନିକାଣ୍ଡ ଘଟଣାର ପ୍ରାଥମିକ ତଦନ୍ତ ଅନୁଯାୟୀ ଆପାର୍ଟମେଣ୍ଟ ଗୁଡିକରେ ଫାୟାର ଆଲାରାମ ଅଚଳ ରହିଥିଲା।

ଆପାର୍ଟମେଣ୍ଟଗୁଡିକୁ ସମ୍ପୂର୍ଣ୍ଣ କୁଲିଂ ଓ ସବୁକିଛି ସୁରକ୍ଷିତ ମନେ କରାଯିବା ପରେ ପୁଲିସ ତଥ୍ୟ ସଂଗ୍ରହ କରିବା ପୂର୍ବକ ଅଧିକ ତଦନ୍ତ କରିିିବ। ଏହି ଅଗ୍ନିକାଣ୍ଡ ଘଟଣାରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଆପାର୍ଟମେଣ୍ଟ ମରାମତି କାମରେ ନିୟୋଜିତ କମ୍ପାନୀର କର୍ମଚାରୀ। ତଦନ୍ତକାରୀଙ୍କ କହିବା ଅନୁଯାୟୀ ଆପାର୍ଟମେଣ୍ଟଗୁଡିକରେ ଲାଗିଥିବା ଅତ୍ୟନ୍ତ ଦହନଶୀଳ ଫୋମ୍ ପ୍ୟାନେଲ ଓ ବାହାର କାନ୍ଥରେ ବ୍ୟବହୃତ କାଠ ସାମଗ୍ରୀ ପାଇଁ ନିଆଁ ଦ୍ରୁତବେଗରେ ବ୍ୟାପିଥିଲା। ଏକ ଆପାର୍ଟମେଣ୍ଟ୍‌ର ମରାମତି ପାଇଁ ଲାଗିଥିବା ବାଉଁଶରେ ପ୍ରଥମେ ନିଆଁ ଲାଗିଥିଲା।

aduser

About Author

LOKA SAMACHAR @2026. All Rights Reserved || Developed By CBSPL