ଅନ୍ତର୍ଜାତୀୟ

ଶ୍ରୀଲଙ୍କାରେ ବାତ୍ୟା ‘ଦିତହା’ ତାଣ୍ଡବ; ୫୬ ମୃତ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ତାଣ୍ଡବ ସୃଷ୍ଟି କରିବା ପରେ ଘୂର୍ଣ୍ଣିଝଡ଼ ଦିତହା ଭାରତକୁ ବିପଦରେ ପକାଇଛି। ଏହି ଭୟଙ୍କର ବାତ୍ୟା ଶ୍ରୀଲଙ୍କା ଉପକୂଳରୁ ଧୀରେ ଧୀରେ ଭାରତ ଆଡକୁ ମୁହାଁଇଛି।

ବାତ୍ୟା ଦିତହା ପ୍ରଭାବରେ ଏପର୍ଯ୍ୟନ୍ତ ଶ୍ରୀଲଙ୍କାରେ ୫୬ ଜଣଙ୍କର ମୃତ୍ୟୁ ଘଟିଛି। ଯେତେବେଳେ କି ୨୩ ଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ଉଦ୍ଧାରକାରୀ ଦଳ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପାଣିପାଗ ବିଭାଗ ସତର୍କ କରାଇ ଦେଇଛି ଯେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଆଗକୁ ବଢ଼ିବା ସହିତ ଆହୁରି ତୀବ୍ର ହୋଇପାରେ।

ଏହି ଭୟଙ୍କର ବାତ୍ୟା ଗତ ୨୪ ଘଣ୍ଟା ମଧ୍ୟରେ ୩୦୦ ମିମି (୧୧.୮ଇଞ୍ଚ) ରୁ ଅଧିକ ମୂଷଳଧାରାରେ ବର୍ଷା କରିଛି। ଅନେକ ଅଞ୍ଚଳରେ ଭୂସ୍ଖଳନ ହୋଇଥିବା ରିପୋର୍ଟ ହୋଇଛି। ତେବେ ବାତ୍ୟା ଦିତହା ଶ୍ରୀଲଙ୍କାର ପୂର୍ବ ଏବଂ କେନ୍ଦ୍ରୀୟ ଅଞ୍ଚଳକୁ ସର୍ବାଧିକ ପ୍ରଭାବିତ କରିଛି।

ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର (ଡିଏମସି) ଏକ ବିବୃତ୍ତିରେ କହିଛି ଯେ ସାରା ଦେଶରେ ୪୩,୯୯୧ ଲୋକଙ୍କୁ ସ୍କୁଲ ଏବଂ ଅନ୍ୟାନ୍ୟ ସାର୍ବଜନୀନ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ସେହିପରି ସ୍କୁଲଗୁଡ଼ିକୁ ବନ୍ଦ କରି ଦିଆଯାଇଥିବା ବେଳେ ଟ୍ରେନ ସେବାକୁ ମଧ୍ୟ ସ୍ଥଗିତ ରଖାଯାଇଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL