ଜାତୀୟ

ହସିନାଙ୍କ ପ୍ରତ୍ୟର୍ପଣ ଦାବିରେ ବାଂଲାଦେଶରେ ବିକ୍ଷୋଭ

ଢାକା: ଗଣହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଛି। ତେବେ ହସିନା ବର୍ତ୍ତମାନ ଭାରତରେ ଅବସ୍ଥାନ କରୁଥିବାରୁ ଦଣ୍ଡାଦେଶକୁ କାର୍ଯ୍ୟକାରୀ କରିବା ସମ୍ଭବ ହୋଇପାରୁୁନାହିଁ। ଏହି ପରିପ୍ରେକ୍ଷୀରେ ହସିନାଙ୍କ ପ୍ରତ୍ୟର୍ପଣ ଦାବିକୁ କେନ୍ଦ୍ରକରି ବାଂଲାଦେଶ ରାଜଧାନୀ ଢାକା ସମେତ ଏକାଧିକ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ସହସ୍ରାଧିକ ହସିନା ବିରୋଧୀ ଏହି ବିକ୍ଷୋଭରେ ସାମିଲ ଥିବାବେଳେ ସେମାନେ ବର୍ତ୍ତମାନ ରାଜରାସ୍ତାକୁ ଓହ୍ଲାଇଛନ୍ତି। ରବିବାର ମୁଖ୍ୟ ବିରୋଧୀ ଦଳ ବିଏନପି (ବାଂଲାଦେଶ ନ୍ୟାସନାଲ ପାର୍ଟି) ଏବଂ ମୌଳବାଦୀ ସଂଗଠନ ଜମାତ୍‌-ଇ-ଇସଲାମିର ମିଳିତ ଆହ୍ବାନରେ ବିକ୍ଷୋଭ ଆୟୋଜିତ ହୋଇଛି। ବିକ୍ଷୋଭକାରୀମାନେ ହସିନା ବିରୋଧୀ ସ୍ଲୋଗାନ ଦେବା ସହିତ ଢାକା ବିଶ୍ବବିଦ୍ୟାଳୟରୁ ଶାନବାଗ ଚୌରଙ୍ଗୀ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି।

ହସିନାଙ୍କୁ ତୁରନ୍ତ ପ୍ରତ୍ୟର୍ପଣ କରିବାକୁ ସେମାନେ ଦାବି କରିଛନ୍ତି। ଏହାଦ୍ବାରା ସଂରକ୍ଷଣ ବିରୋଧୀ ଆନ୍ଦୋଳନରେ ପ୍ରାଣ ହରାଇଥିବା ଛାତ୍ରଙ୍କ ଆତ୍ମା ଶାନ୍ତି ପାଇବ ବୋଲି ବିକ୍ଷୋଭକାରୀ କହିଛନ୍ତି। ବିକ୍ଷୋଭକାରୀମାନେ ପ୍ରତୀକାତ୍ମକଭାବେ ହସିନାଙ୍କ କୁଶପୁତ୍ତଳିକାକୁ ଫାଶୀଖୁଣ୍ଟରେ ଝୁଲାଇଛନ୍ତି। ବିଏନପି ସାଧାରଣ ସମ୍ପାଦକ ମିର୍ଜା ଇସଲାମ ଆଲମଗିରି କହିଛନ୍ତି ଯେ ଭାରତ ତୁରନ୍ତ ହସିନାଙ୍କୁ ପ୍ରତ୍ୟର୍ପଣ କରିବା ଉଚିତ। ଜମାତ୍‌-ଇ-ଇସଲାମୀ ସଂଗଠନର ସାଧାରଣ ସମ୍ପାଦକ ମିଆଁ ଗୁଲାମ ପରୱାର କହିଛନ୍ତି ଯେ ହସିନା ଫାଶୀଖୁଣ୍ଟରେ ଝୁଲିଲେ ପ୍ରାୟ ଦୁଇ କୋଟି ଲୋକ ଆଶ୍ବସ୍ତ ହେବେ। ଅପରପକ୍ଷରେ ହସିନାଙ୍କ ନେତୃତ୍ବାଧୀନ ଆୱାମୀ ଲିଗ୍‌ର ସମର୍ଥକମାନେ ମଧ୍ୟ ଅନୁରୂପ ୠାଲି ବାହାର କରି ଦଣ୍ଡାଦେଶକୁ ସମାଲୋଚନା କରିଛନ୍ତି। ଏଥିଯୋଗୁଁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL