ଜାତୀୟ

ହାଇଦ୍ରାବାଦ ବିମାନ ବନ୍ଦରକୁ ବୋମା ପକାଇ ଉଡ଼ାଇବାକୁ ଧମକପୂର୍ଣ୍ଣ ଇମେଲ୍

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ଶମଶାବାଦରେ ଥିବା ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଆଜି ପୁଣି ଥରେ ବୋମା ଧମକ ମିଳିଛି। ବାହାରିନରୁ ହାଇଦ୍ରାବାଦ ଆସୁଥିବା ଗଲ୍ଫ ଏୟାରର ବିମାନ ଏୠ୨୭୪ କୁ ଧମକ ମିଳିବା ପରେ ମୁମ୍ବଇ ବିମାନବନ୍ଦରକୁ ଡାଇଭର୍ଟ କରାଯାଇଥିଲା। ପୁଲୁସ ସନ୍ଧାନୀ କୁକୁର ଏବଂ ଏକ ବମ୍ ସ୍କ୍ବାଡ୍ ସହିତ ଘଟଣାସ୍ଥଳରେ ପହଞ୍ଚିଛି । ବିମାନବନ୍ଦରକୁ ସିଲ୍ କରାଯାଇ ଏବଂ ପ୍ରତ୍ୟେକ କୋଣରେ ଯାଞ୍ଚ କରାଯାଇଥିଲା, କିନ୍ତୁ କୌଣସି ବିସ୍ଫୋରକ ମିଳିନାହିଁ ।

ସୂଚନା ଅନୁସାରେ ଆଜି ସକାଳେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ବିମାନବନ୍ଦର ଉପରେ ବୋମା ପକାଇବାକୁ ଧମକପୂର୍ଣ୍ଣ ଏକ ଇମେଲ୍ ମିଳିଥିଲା। ସକାଳ ପ୍ରାୟ ୬:୫୦ ରେ ବିମାନବନ୍ଦର ଅପରେସନ୍ସ ସେଣ୍ଟରକୁ ପଠାଯାଇଥିବା ଇମେଲରେ କୁହାଯାଇଥିଲା ଯେ ବାହାରିନରୁ ଆସୁଥିବା ଏକ ବିମାନରେ ଏକ ବୋମା ଅଛି ଯାହା ଅବତରଣ କରିବା ସମୟରେ ବିସ୍ଫୋରଣ ହେବ। ଧମକ ପାଇବା ପରେ, ବାହାରିନରୁ ଆସିଥିବା ବିମାନକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରାଯାଇଥିଲା।

aduser

About Author

LOKA SAMACHAR @2026. All Rights Reserved || Developed By CBSPL