ଜାତୀୟ

ଖଟିଆରେ ଆସି ଭୋଟ ଦେଲେ ୧୧୦ ବର୍ଷୀୟା ବୃଦ୍ଧା

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ ୧୧୦ ବର୍ଷୀୟ ବୃଦ୍ଧା କାଲିୟା ଦେବୀ ମତଦାନ କରିଛନ୍ତି। ଚାଲିବାରେ ଅସମର୍ଥ କାଲିୟା ଦେବୀଙ୍କୁ ତାଙ୍କ ପୁଅ ଖଟିଆରେ ବୋହି ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ଆଣିଥିଲେ ଏବଂ ତାଙ୍କୁ ଟେକି ଟେକି ଭୋଟିଂ ପାଇଁ ନିଆଯାଇଥିଲା। ବୃଦ୍ଧା କାଲିୟା ଦେବୀ କହିଛନ୍ତି ଯେ ଚାଲିବା ପାଇଁ ତାଙ୍କର ବଳ ନାହିଁ, କିନ୍ତୁ ଗଣତନ୍ତ୍ରର ଏହି ପର୍ବରେ ସାମିଲ ହେବା ପାଇଁ ତାଙ୍କ ଆଗ୍ରହ ତାଙ୍କୁ ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ଭିଡିଆଣିଛି। ସେ ହସ ହସ ମୁହଁରେ ଭୋଟ୍ ଦେଇଛନ୍ତି। ତାଙ୍କ ପୁଅ ଜୟପ୍ରକାଶ କହିଛନ୍ତି ଯେ ସେ ବିହାରରେ ଏମିତି ସରକାର ଚାହୁଁଛନ୍ତି ଯିଏ ସାଧାରଣ ଲୋକଙ୍କ ଜୀବନରେ ସୁଧାର ଆଣିବ। ତେଣୁ ଗୋଟିଏ ବି ଭୋଟ୍ ବେକାର ନ ଯିବା ଉଦ୍ଦେଶ୍ୟରେ ସେ ନିଜ ମା’ଙ୍କୁ ଖଟିଆରେ ବୋହି ନେଇଆସିଛନ୍ତି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL