କ୍ରୀଡା

ପାରସଙ୍କଠାରୁ ଅଲଗା ହେବା ପରେ ଏବେ କ୍ରିକେଟର ମହମ୍ମଦଙ୍କ ପ୍ରେମରେ ମାହିରା !

ମୁମ୍ବାଇ: କଲର୍ସ ଚ୍ୟାନେଲରେ ପ୍ରସାରିତ ରିୟାଲିଟି ସୋ’ ବିଗି ବସ୍-୧୩ରେ ପ୍ରତିଯୋଗୀ ମାହିରା ଶର୍ମା ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଥିଲେ। ସହ-ପ୍ରତିଯୋଗୀ ପାରସ ଛାବ୍ରାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କକୁ ନେଇ ବେଶୀ ଚର୍ଚ୍ଚା ହୋଇଥିଲା। ସୋ’ ସରିବା ପରେ ବି ଦୁହେଁ କିଛି ବର୍ଷ ସାଥିରେ ଥିଲେ। ହେଲେ କିଛି ମାସ ତଳେ ଦୁହିଁଙ୍କ ବ୍ରେକଅପ ହୋଇଥିବା ଖବର ମିଳିଥିଲା।  ଏବେ ଲାଗୁଛି ଯେ ମାହିରାଙ୍କୁ ପୁଣି ଥରେ ପ୍ରେମ ହୋଇଛି। ଏବେ ଅଭିନେତ୍ରୀଙ୍କ ନାମ ଜଣେ ଭାରତୀୟ କ୍ରିକେଟରଙ୍କ ସହ ଯୋଡାଯାଉଛି।

କୁହାଯାଉଛି ଯେ, ମାହିରା ଏବେ କ୍ରିକେଟର ମହମ୍ମଦ ସୀରାଜଙ୍କୁ ଡେଟ୍ କରୁଛନ୍ତି। ମହମ୍ମଦ, ଇନଷ୍ଟାଗ୍ରାମରେ ମାହିରାଙ୍କ ଏକ ଫଟୋକୁ ପସନ୍ଦ କରିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି। କୌଣସି ସମ୍ପର୍କ ନଥାଇ ମହମ୍ମଦ କାହିଁକି ମାହିରାଙ୍କ ଫଟୋକୁ ପସନ୍ଦ କରିବେ ବୋଲି କହି ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଇନଷ୍ଟାଗ୍ରାମରେ ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି। ହେଲେ ଏହି ଚର୍ଚ୍ଚାକୁ ନେଇ ଦୁହେଁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ମାହିରା ଶର୍ମାଙ୍କ ପେସାଦାର ଜୀବନ କଥା କହିବାକୁ ଗଲେ ଅଭିନେତ୍ରୀଙ୍କୁ ଦୀର୍ଘ ଦିନ ହେଲାଣି କୌଣସି ଧାରାବାହିକରେ ଦେଖିବାକୁ ମିଳି ନାହିଁ । ଏବେ କେବଳ ସେ ଇଭେଣ୍ଟରେ ନଜର ଆସୁଛନ୍ତି |

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL