ଜାତୀୟ

କ୍ୟାଥଡ୍ରାଲ୍ ଚର୍ଚ୍ଚରେ ପହଞ୍ଚି ସମସ୍ତଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସକାଳେ ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥଡ୍ରାଲ୍ ଚର୍ଚ୍ଚ ଅଫ୍ ଦି ରିଡେମ୍ପସନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ପହଞ୍ଚି ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟର ପ୍ରାର୍ଥନା ସଭାରେ ଯୋଗ ଦେଇଛନ୍ତି । ଯାହାକୁ ମୋଦି ତାଙ୍କ Xରେ ପୋଷ୍ଟ କରିଛନ୍ତି । ଏହି ପ୍ରାର୍ଥନାରେ ଦିଲ୍ଲୀର ବିଶପ୍ ରେଭ. ଡକ୍ଟର ପଲ ସ୍ୱରୂପ ମୋଦିଙ୍କ ପାଇଁ ବିଶେଷ ପ୍ରାର୍ଥନା କରିଥିଲେ । ଏହି ପ୍ରାର୍ଥନା ସଭା ପ୍ରେମ, ଶନ୍ତି ଏବଂ କରୁଣାର ଶାଶ୍ବତ ସନ୍ଦେଶକୁ ପ୍ରତିଫଳିତ କରିଥିଲା ।

ସୂଚନାନୁଯାୟୀ, ଗତ କିଛି ବର୍ଷ ଧରି ମୋଦି ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟର ଲୋକଙ୍କ ସହିତ ଏହି ପର୍ବରେ ଯୋଗ ଦେଇ ଆସୁଅଛନ୍ତି । ୨୦୨୩ରେ ସେ ଦିଲ୍ଲୀର ସାକ୍ରେଡ୍ ହାର୍ଟ କ୍ୟାଥେଡ୍ରାଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ୨୦୨୪ରେ ସେ ମନ୍ତ୍ରୀ ଜର୍ଜ କୁରିଏନଙ୍କ ବାସଭବନରେ ଏକ ରାତ୍ରୀଭୋଜନ ଏବଂ କ୍ୟାଥୋଲିକ ବିଶପ ସମ୍ମିଳନୀ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟର ଲୋକଙ୍କ ସହିତ ମିଶି ପ୍ରାର୍ଥନା ସଭାରେ ସାମିଲ ହୋଇଛନ୍ତି । ଏହାରି ମଧ୍ୟରେ ସମସ୍ତଙ୍କୁ ଶାନ୍ତି, କରୁଣା ଏବଂ ଆଶରେ ପରିପୂର୍ଣ୍ଣର ଏକ ଆନନ୍ଦମୟ ଖ୍ରୀଷ୍ଟମାସର କାମନା କରିଛନ୍ତି । ଯୀଶୁ ଖ୍ରୀଷ୍ଟଙ୍କ ଶିକ୍ଷା ଆମ ସମାଜର ସଦ୍ଭାବନାକୁ ସୁଦୃଢ କରୁ ବୋଲି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସୋସିଆଲ ମିଡିଆ Xପ୍ଲାଟଫର୍ମରେ ଲେଖିଛନ୍ତି ।

ଏହାରି ମଧ୍ୟରେ ଉପରାଷ୍ଟ୍ରପତି ସି ପି ରାଧାକୃଷ୍ଣନ୍ ମଧ୍ୟ ଲୋକମାନଙ୍କୁ ଖ୍ରୀଷ୍ଟମାସର ଶୁଭକାମନା ଜଣାଇଛନ୍ତି । ସେ Xରେ ଲେଖିଛନ୍ତି,‘‘ସମସ୍ତଙ୍କୁ ଆଶା, ପ୍ରେମ ଏବଂ ଦୟାରେ ଖ୍ରୀଷ୍ଟମାସ ଭରିଯାଉ ବୋଲି କାମନା କରିଛନ୍ତି । ଖ୍ରୀଷ୍ଟଙ୍କ ବାର୍ତ୍ତା ଆମକୁ ଅଧିକ ଶକ୍ତିଶାଳୀ, ଅଧିକ ଯତ୍ନବାନ ସମ୍ପ୍ରଦାୟ ଗଠନ କରିବାକୁ ପ୍ରେରଣା ଦେଉ ଏବଂ ତାଙ୍କ ଶିକ୍ଷା ଆମର ସମ୍ପର୍କକୁ ମଜବୁତ କରୁ ଏବଂ ସ୍ଥାୟୀ ଶାନ୍ତିକୁ ପ୍ରୋତ୍ସାହିତ କରୁ ।”

ଅନ୍ୟପଟେ ରାହୁଲ ଗାନ୍ଧୀ ମଧ୍ୟ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଖ୍ରୀଷ୍ଟମାସ ଟ୍ରି ପାଖରେ ଠିଆ ହୋଇଥିବାର ନଜର ଆସିଛନ୍ତି । ସେ ମଧ୍ୟ ସମସ୍ତଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇବା ସହ ଏହି ପର୍ବ ସମସ୍ତଙ୍କ ଜୀବନରେ ଖୁସି, ଆନନ୍ଦ, ସମୃଦ୍ଧି, ପ୍ରେମ ଏବଂ କରୁଣାରେ ଭରି ଦଉ ବୋଲି କାମନା କରିଛନ୍ତି ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL