ଜାତୀୟ

ଦିଲ୍ଲୀ ଏନ୍‌ସିଆର୍‌ରେ ଘନ କୁହୁଡି : ବାତିଲ ହେଲା ୧୨୯ ବିମାନ, ଆଡଭାଇଜରୀ ଜାରି

ନୂଆଦିଲ୍ଲୀ : ଉତ୍ତର ଭାରତରେ ପ୍ରବଳ ଶୀତ ଲହରି ଜାରି ରହିଥିବାବେଳେ ଆଜି ସକାଳୁ ଦିଲ୍ଲୀ ଏନ୍‌ସିଆର୍‌ ରେ ଘନ କୁହୁଡ଼ି ଦେକିବାକୁ ମିଳିଛି । ଘନ କୁହୁଡି ଯୋଗୁଁ ଦୃଶ୍ୟମାନ କ୍ଷମତା କମିଯାଇଛି। ଯାହାଫଳରେ ଯାନବାହନ ଚଳାଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି। ଏପରିକି ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ତେଣୁ ଦିଲ୍ଲୀ ବିମାନବନ୍ଦର ଯାତ୍ରୀଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛି । ଜୟପୁର ବିମାନ ନମ୍ବର ୬ (ଇ) ୭୪୧୩ ଏବଂ ଦିଲ୍ଲୀ ବିମାନ ନମ୍ବର ୬(ଇ) ୨୧୧୩ ବାତିଲ କରାଯାଇଛି। ଘନ କୁହୁଡି ଯୋଗୁଁ ଆଇ-୧୮୭୯ ଦିଲ୍ଲୀ ବିମାନକୁ ମଧ୍ୟ ବାତିଲ କରିବାକୁ ପଡିଛି। ପାଗ ଖରାପ ଯୋଗୁଁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୨୯ଟି ବିମାନ ବାତିଲ କରାଯାଇଛି।

ସେପଟେ ଭାରତୀୟ ପାଣିପାଗ ବିଭାଗ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ଦିଲ୍ଲୀରେ ଘନ କୁହୁଡ଼ି ନେଇ ସତର୍କତା ଜାରି କରିଛି। ଉତ୍ତର ଭାରତର ଅନେକ ସ୍ଥାନରେ ଦୃଶ୍ୟମାନତା ଅତ୍ୟନ୍ତ କମ୍ ରହିଛି। ଯାହା ଫଳରେ ଚଣ୍ଡିଗଡ଼ ବିମାନବନ୍ଦରରେ ବିମାନ ଗୁଡ଼ିକ ବିଳମ୍ବ କିମ୍ବା ବାତିଲ ହୋଇଛି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଶହ ଶହ ବିମାନ ପ୍ରଭାବିତ ହୋଇଛି। ଯାହା ଚଣ୍ଡିଗଡ଼, ଲକ୍ଷ୍ନୌ ଏବଂ ଅମୃତସର ଭଳି ସ୍ଥାନଗୁଡ଼ିକୁ ମଧ୍ୟ ପ୍ରଭାବିତ କରିଛି। ଯାତ୍ରୀମାନଙ୍କୁ ଘରୁ ବାହାରିବା ପୂର୍ବରୁ ବିମାନ ଅପଡେଟ୍ ପାଇଁ ଏୟାରଲାଇନ୍ସ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି ।ଅନ୍ୟ ବିମାନ କମ୍ପାନୀଗୁଡ଼ିକ ମଧ୍ୟ ସମାନ ପରାମର୍ଶ ଜାରି କରିଛନ୍ତି।

ଗତକାଲି ଘନ କୁହୁଡ଼ି ପାଇଁ ଇନ୍ଦିରା ଗାନ୍ଧୀ ଆନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରୁ ଅତି କମରେ ୧୭୭ଟି ବିମାନ ବାତିଲ ଏବଂ ୫୦୦ରୁ ଅଧିକ ବିଳମ୍ବ ହୋଇଥିଲା । ଏହାରି ମଧ୍ୟରେ ଏୟାରଲାଇନ୍ସ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । ଯାତ୍ରୀମାନଙ୍କୁ ଘରୁ ବାହାରିବା ପୂର୍ବରୁ ବିମାନ ଅପଡେଟ୍ ପାଇଁ ଏୟାରଲାଇନ୍ସ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL