ଜାତୀୟ

ଦୂର ହେବ ସାର ସଙ୍କଟ, ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ନୂଆଦିଲ୍ଲୀ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ ଏବଂ ରୁଷ ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ। ଏ ନେଇ ଦୁଇ ଦେଶ ମଧ୍ୟରେ ଶୁକ୍ରବାର ବୁଝାମଣା ହୋଇଛି। ରୁ​‌ଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦୁଇ ଦିନିଆ ଗସ୍ତ ଅବସରରେ ଶୁକ୍ରବାର ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ଉଭୟ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୁଟିନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଭାରତ ରୁଷଠାରୁ ବହୁ ପରିମାଣରେ ୟୁରିଆ ଆମଦାନୀ କରିଆସୁଛି। ଦେଶରେ ୟୁରିଆ ସାରର ଚାହିଦା ଅଧିକ ଥିବାରୁ ଅନେକ ସମୟରେ ନିଅଣ୍ଟିଆ ସ୍ଥିତି କୃଷି କାର୍ଯ୍ୟରେ ବାଧା ସୃଷ୍ଟି କରୁଛି। ଏହି ଅଭାବକୁ ଦୂର କରିବା ଲାଗି ଭାରତ ଏବେ ରୁଷ ସାଙ୍ଗରେ ମିଶି ୟୁରିଆ ଉତ୍ପାଦନ କରିବ। ଯାହାଫଳରେ ଦେଶରେ ସାର ଅଭାବକୁ ଦୂର କରାଯାଇପାରିବ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL