ଓଡ଼ିଶା

ଉପାନ୍ତ ଅଞ୍ଚଳରେ ଚିକିତ୍ସା ଯୋଗାଇଲେ ମେଡିକାଲ୍‌ ଟିମ୍

ମାଲକାନଗିରି : ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଜନା’ ରେ ଉପାନ୍ତ ଅଞ୍ଚଳବାସୀଙ୍କ ପାଇଁ ବିଶେଷଜ୍ଞ ଚିକିତ୍ସା ସେବା ସୁନିଶ୍ଚିତ ହେଉଛି। ମାଲକାନଗିରି ଜିଲ୍ଲାବାସୀଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା ଯୋଜନା’ ରେ ଗତକାଲି ଶ୍ରୀ ରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ବିଶେଷଜ୍ଞ ଟିମ୍ ମାଲକାନଗିରି ଜିଲ୍ଲା ସଦର ମହକୁମା ହସ୍ପିଟାଲ ଗସ୍ତ କରିଥିଲେ । ଏହି ଡାକ୍ତରୀ ଦଳରେ ନିଶ୍ଚେତକ ବିଭାଗ, ୟୁରୋଲୋଜି ବିଭାଗ, ନ୍ୟୁରୋଲୋଜି ବିଭାଗ, ଗ୍ୟାଷ୍ଟ୍ରୋଏଣ୍ଟୋଲୋଜି ଏବଂ ହୃଦରୋଗ ବିଭାଗର ବିଶେଷଜ୍ଞ ଏବଂ ସହାୟକମାନେ ଏହି ଟିମ୍‌ରେ ସାମିଲ ଥିଲେ। ସେଠାରେ ଆସନ୍ତା ୬ତାରିଖ ପର୍ଯ୍ୟନ୍ତ ରହି ବିଶେଷଜ୍ଞ ସେବା ଓ ଚିକିତ୍ସା ଯୋଗାଇ ଦେବେ। ଅପରାହ୍ନ ସୁଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫୦୦ରୁ ଅଧିକ ରୋଗୀ ଏହି ବିଶେଷଜ୍ଞ ସେବା ନିମନ୍ତେ ତାଲିକାଭୁକ୍ତ ହୋଇଛନ୍ତି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL