ଓଡ଼ିଶା

ମାଆକୁ ପେଟ୍ରେଲ ଢ଼ାଳି ଜାଳିଦେଲା ପୁଅ

ଭଦ୍ରକ: ନିଶା ସେବନ କରି ପୁଅର ଉନ୍ମତ୍ତ କାଣ୍ଡ। ନିଶା ଖାଇବାକୁ ଟଙ୍କା ନଦେବାରୁ ଜନ୍ମ କଲା ମାଆକୁ ପେଟ୍ରୋଲ ଢ଼ାଳି ଜାଳିଦେଲା ପୁଅ। ନିଶା ଉଜାଡି ଦେଲା ପରିବାର। ନିଶା ଖାଇବା ପାଇଁ ପାଗଳ ହୋଇ ଜନ୍ମ କଲା ମାଆକୁ ଜାଳିଦେଲା ପୁଅ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ବିଲଣା ଗଳଗଣ୍ଡପୁର ଗାଁରେ।

ନିଶା ଖାଇବାକୁ ଟଙ୍କା ପାଇଁ ସବୁ ସମୟରେ ମାଆ ସହିତ ଝଗଡ଼ା କରେ ପୁଅ। ଆଜି ନିଶା ଖାଇବାକୁ ମାଆକୁ ଟଙ୍କା ମାଗିଥିଲା ପୁଅ। ମାଆ ଟଙ୍କା ନଦେବାରୁ ପୁଅ ରାଗିଯାଇ ପେଟ୍ରୋଲ ଢାଳି ମାଆକୁ ଜାଳି ଦେଇଥିବା ଶୁଣିବାକୁ ମିଳିଛି। ଆଉକିଛି ଲୋକ କହିଛନ୍ତି ମହିଳା ଜଣଙ୍କ ରୋଷେଇ କରୁଥିବା ବେଳେ ଗ୍ୟାସରେ ପୋଡ଼ି ଯାଇଛନ୍ତି।

ଏହି ଘଟଣା ପୋଲିସର ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ। ସମ୍ପର୍କୀୟ ଓ ପାଖ ପଡ଼ୋଶୀ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ମହିଳା ଜଣଙ୍କ ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ତୁରନ୍ତ କଟକ ସ୍ଥାନାନ୍ତରିତ କରିଥିଲେ।

 

aduser

About Author

LOKA SAMACHAR @2026. All Rights Reserved || Developed By CBSPL