ଜାତୀୟ

ଇମ୍ରାନ ସୁସ୍ଥ ଓ ସୁରକ୍ଷିତ ଥିବା କହିଲେ ଭଉଣୀ ଉଜମା

ନୂଆଦିଲ୍ଲୀ : ଆଜି ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲରେ ଭେଟିବା ପାଇଁ ଯାଇଛନ୍ତି ଇମ୍ରାନଙ୍କ ଭଉଣୀ ଉଜମା । ଜେଲରେ ଇମ୍ରାନଙ୍କୁ ଭେଟିବା ପରେ ସେ ସୁସ୍ଥ ଥିବା ଭଉଣୀ ସୂଚନା ଦେଇଛନ୍ତି।

କିଛି ଦିନ ତଳେ ଜେଲ ଭିତରେ ଇମ୍ରାନଙ୍କୁ ହତ୍ୟା କରାଯାଇଥିବା ନେଇ ଆଫଗାନିସ୍ତାନ ଗଣମାଧ୍ୟମ ଦାବି କରିବା ପରଠାରୁ ଦେଶରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା । ଜେଲ୍‌ କର୍ତ୍ତୃପକ୍ଷ ମଧ୍ୟ ଇମ୍ରାନଙ୍କ ପରିବାରକୁ ତାଙ୍କ ସହିତ ଭେଟିବାକୁ ସୁଯୋଗ ଦେଉ ନ ଥିବାରୁ ଏହାକୁ ନେଇ ପାକିସ୍ତାନ ଅଶାନ୍ତ ହୋଇପଡିଥିଲା ।

ଆଜି ଇମ୍ରାନଙ୍କୁ ଭେଟିବା ପାଇଁ ରାଓ୍ବାଲପିଣ୍ତିରେ ଥିବା ଅଡିୟାଲା ଜେଲରେ ଇମ୍ରାନଙ୍କ ଭଉଣୀ ଉଜମା ଖାନ ଇମ୍ରାନଙ୍କୁ ଭେଟିଛନ୍ତି । ଗତ ନଭେମ୍ବର ୫ ତାରିଖରେ ଇମ୍ରାନ ସାମାଜିକ ଗଣମାଧ୍ୟମରେ ଶେଷ ଥର ଲାଗି କରିଥିବା ଏକ ପୋଷ୍ଟରେ ତାଙ୍କର କୌଣସି କ୍ଷତି ହେଲେ ସେଥିପାଇଁ ମୁନିର ଦାୟୀ ରହିବେ ବୋଲି ଲେଖିଥିଲେ। ତାଙ୍କ ହତ୍ୟା ଖବର ପ୍ରଚାରିତ ହେବା ପରେ ମୁନିରଙ୍କ ଆଡକୁ ଅଙ୍ଗୁଳି ନିର୍ଦେଶ ହେଉଛି। ଏହାକୁ କେନ୍ଦ୍ର କରି ଇମ୍ରାନଙ୍କ ୩ ଭଉଣୀ ଏବଂ ପୁଅ ମୁନିର ଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିଦେଇଥିଲେ ।

ଯାହାକୁ ସମର୍ଥନ କରି ରାସ୍ତାକୁ ଓହ୍ଲାଇଥିଲେ ଦେଶର ଜନସାଧାରଣ ଏବଂ ଇମ୍ରାନଙ୍କ ରାଜନୈତିକ ଦଳ ପିଟିଆଇ। ବର୍ତ୍ତମାନ ଇମ୍ରାନଙ୍କୁ ଅଡିୟାଲା ଜେଲରେ ବନ୍ଦୀ କରି ରଖାଯାଇଛି। ତାଙ୍କର ୩ ଭଉଣୀ ଇମ୍ରାନଙ୍କୁ ଭେଟିବାକୁ ଜିଦରେ ଅଟଳ ରହିଥିଲେ । ସେପଟେ ଶତାଧିକ ପିଟିଆଇ ନେତା, କର୍ମୀ ଏବଂ ଜନସାଧାରଣ ଜେଲ ବାହାରେ ବିକ୍ଷୋଭ କରିବା ସହ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି । ଇମ୍ରାନଙ୍କ ପୁଅ କାସିମ ଇମ୍ରାନ ଜୀବିତ ଥିବା ନେଇ ପାକିସ୍ତାନ ସରକାରଙ୍କୁ ପ୍ରମାଣ ମାଗିଛନ୍ତି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL