ଅନ୍ତର୍ଜାତୀୟ

ପାକିସ୍ତାନ ଏଫସି ମୁଖ୍ୟାଳୟରେ ବିସ୍ଫୋରଣ, ୬ ସୈନିକ ନିହତ

ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ ଅନ୍ତର୍ଗତ ନୋକୁଣ୍ଡି ଅଞ୍ଚଳରେ ଥିବା ଫ୍ରଣ୍ଟିଅର କର୍ପସ(ଏଫସି) ମୁଖ୍ୟାଳୟରେ ସୋମବାର ଆତ୍ମଘାତୀ ବିସ୍ଫୋରଣ ଯୋଗୁ ୬ ସୈନିକ ନିହତ ହୋଇଥିବା ସୂଚନା ମିଳିଛି। ବେଲୁଚିସ୍ତାନ ଲିବରେସନ ଫ୍ରଣ୍ଟର ସାଦଓ ଅପରେସନାଲ ବାଟାଲିଅନ ଦ୍ବାରା କରାଯାଇଥିବା ଏହି ଆକ୍ରମଣ ପାକ୍‌ ସେନାକୁ ବଡ଼ ଝଟ୍‌କା ଦେଇଛି। ଆକ୍ରମଣ ପରେ ସଶସ୍ତ୍ର ଆକ୍ରମଣକାରୀ ମୁଖ୍ୟାଳୟ ଭିତରେ ପ୍ରବେଶ କରିଥିଲେ। ଯାହାଫଳରେ ସେନା ସହିତ ସେମାନଙ୍କର ଗୁଳିବିନିମୟ ହୋଇଥିଲା।

ସୋମବାର ସକାଳେ ଘଟିଥିବା ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ମୁଖ୍ୟାଳୟ ଫାଟକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏହି ଘଟଣା ପରେ ସହାୟତା ପାଇଁ କ୍ଵେଟାରୁ ୨ଟି ହେଲିକପ୍ଟର ପଠାଯାଇଥିଲା। ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହଥିବା ସୂଚନା ମିଳିଛି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL