ଜାତୀୟ

ଲାଲକିଲ୍ଲା ବୋମା ବିସ୍ଫୋରଣ : ଆଉ ଜଣେ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣ ମାମଲାରେ ଏନ୍ଆଇଏକୁ ବଡ ସଫଳତା ମିଳିଛି। ଆଉ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଆଜି ଏଜେନ୍ସି ଗିରଫ କରିଛି। ଗିରଫ ଅଭିଯୁକ୍ତ ସୋଏବ ହରିୟାଣାର ଫରିଦାବାଦର ଧୌଜ ଅଞ୍ଚଳର ବାସିନ୍ଦା। ଏହି ମାମଲାରେ ଗିରଫ ହୋଇଥିବା ସେ ସପ୍ତମ ଅଭିଯୁକ୍ତ। ଦିଲ୍ଲୀ ବୋମା ବିସ୍ଫୋରଣ ପରଠାରୁ ସେ ଫେରାର୍ ଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ବିସ୍ଫୋରଣ ପୂର୍ବରୁ ଶୋଏବ ଆତଙ୍କବାଦୀ ଉମରକୁ ତାଙ୍କ ଘରେ ଲୁଚାଇ ରଖିଥିଲେ। ଘଟଣା ପୂର୍ବରୁ ସୋଏବ ଆତଙ୍କବାଦୀ ଉମର ଉନ୍ ନବିକୁ ଆଶ୍ରୟ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଉଥିଲା।

ଏନଆଇଏ ତଦନ୍ତରୁ ଜଣାପଡିଛି ଯେ ଭାରତ ରାଜଧାନୀରେ କାର ବୋମା ବିସ୍ଫୋରଣରେ ହେବା ପୂର୍ବରୁ ସୋଏବ ଉମରକୁ ଲଜିଷ୍ଟିକ୍ ସହାୟତା ମଧ୍ୟ ଯୋଗାଇଥିଲା। ବିସ୍ଫୋରଣ ପୂର୍ବରୁ ସୋଏବ ଉମରକୁ ରହିବା, ପରିବହନ ଏବଂ ଅନ୍ୟାନ୍ୟ ଆବଶ୍ୟକତା ସମେତ ଲଜିଷ୍ଟିକ୍ ସହାୟତା ଯୋଗାଇଥିଲା। ତଦନ୍ତ ଏଜେନ୍ସିଗୁଡ଼ିକ ପୂର୍ବରୁ ଅନ୍ୟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ତେବେ ଗିରଫ ଅଭିଯୁକ୍ତ ସୋଏବକୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ହାଜର କରାଯିବ। ଏବଂ ତାଙ୍କୁ ରିମାଣ୍ଡରେ ନେବା ପାଇଁ ଦାବି କରାଯିବ। ଆତ୍ମଘାତୀ କାର ବୋମା ବିସ୍ଫୋରଣ ପଛର ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବା ଏବଂ ସମ୍ପୃକ୍ତ ବାକି ବ୍ୟକ୍ତିମାନଙ୍କ ପାଖରେ ପହଞ୍ଚିବା ପାଇଁ ଏନ୍‌ଆଇଏ ଚଢାଉ ଜାରି ରହିଛି ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL