ଓଡ଼ିଶା ଜାତୀୟ

୫ ଘଣ୍ଟା ବନ୍ଦ ରହିବ ଭାରତୀୟ ରେଳ ସେବା

ଭୁବନେଶ୍ୱର: ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା। ଭାରତୀୟ ରେଳ ବିଭାଗର ଟିକେଟ ବୁକିଂ ସେବା ଆଜି ୫ ଘଣ୍ଟା ପାଇଁ ବନ୍ଦ ରହିବ । ଏହି କ୍ରମରେ ଟିକେଟ ରିଜରଭେସନ ଓ ଟିକେଟ୍ କ୍ୟାନସଲ ସେବା ବନ୍ଦ ରହିବ। ରେଳ ବିଭାଗର ପେସେଞ୍ଜର ରିଜରଭେସନ ସିଷ୍ଟମ ଆଜି ରାତି ୧୧.୪୫ ରୁ ଆସନ୍ତାକାଲି ଭୋର ୪.୪୫ ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ୫ ଘଣ୍ଟାରେ ଦିଲ୍ଲୀର ପେସେଞ୍ଜର ରିଜରଭେସନ ସିଷ୍ଟମର ଅଧିକାଂଶ ସେବା ବନ୍ଦ ରହିବ।

ଏହି ସମୟ ମଧ୍ୟରେ ଆପଣ ରିଜରଭେସନ, କ୍ୟାନସଲ କିମ୍ବା ଇନକ୍ୱାରୀ ସହ ଜଡ଼ିତ ସମସ୍ତ ସେବା ବନ୍ଦ ରହିବ। ରେଳ ବିଭାଗର ସୂଚନା ମୁତାବକ ପୁରୁଣାରୁ ନୂଆ କୋର ସ୍ୱିଚକୁ ବଦଳାଇବା ପାଇଁ ଏହି ସେବା ପ୍ରଭାବିତ ହେବ। ଏଥିପାଇଁ ରେଳ ବିଭାଗ ତରଫରୁ ନନ୍ ପିକ୍ ହାର୍ସ ଚୟନ କରାଯାଇଛି। ଫଳରେ କମ୍ ଯାତ୍ରୀ ଏହାଦ୍ୱାରା ପ୍ରଭାବିତ ହେବେ।

ନଭେମ୍ବର ୨୨ ରାତି ୧୧.୪୫ ରୁ ନଭେମ୍ବର ୨୩ ସକାଳ ୪.୪୫ ପର୍ଯ୍ୟନ୍ତ ଟିକେଟ୍ ବୁକିଂ, କ୍ୟାନସଲ, କରେଣ୍ଟ ରିଜରଭେସନ, ଚାର୍ଟ ମେକିଙ୍ଗ, ଇଣ୍ଟରନେଟ୍ ଟିକେଟ୍ ବୁକିଂ ଭଳି ସେବା ବନ୍ଦ ରହିବ। ପିଆରଏସ୍ ସିଷ୍ଟମର ସହାୟତାରେ ଡାଟାକୁ ଦ୍ରୁତ ଓ ସୁରକ୍ଷିତ ରଖିବାକୁ ଚେଷ୍ଟା କରାଯାଉଛି । ଏହା ମାଧ୍ୟମରେ ଟ୍ରେନର ରିଜର୍ଭ ଓ ନନରିଜର୍ଭ ଟିକେଟ୍ ବୁକିଂ ସହଜ ହୋଇଥାଏ ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL