ଜାତୀୟ

୫ ଶାବକ ଜନ୍ମ ଦେଲା ଚିତା ମୁଖୀ

ନୂଆଦିଲ୍ଲୀ:  ‌କୁନୋ ଜାତୀୟ ଉଦ୍ୟାନରୁ ଗୁରୁବାର ପୁଣି ଖୁସିଖବର ଆସିଛି। ଏଠାରେ ପ୍ରଥମ ଭାରତୀୟ ମାଈ ଚିତା ମୁଖୀ ୫ ଶାବକଙ୍କୁ ଜନ୍ମ ଦେଇଛି। ଭାରତରେ ଜନ୍ମିତ ୩୩ ମାସର ଚିତା ମୁଖୀ ମା’ ହେବା ‘ଚିତା ପ୍ରକଳ୍ପ’ର ବଡ ଉପଲବ୍ଧି କୁହାଯାଉଛି। ଶାବକ ଜନ୍ମ ନେଇ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ କେନ୍ଦ୍ର ବନମନ୍ତ୍ରୀ ଭୁପେନ୍ଦ୍ର ଯାଦବ ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ଭାରତରେ ଜନ୍ମିତ ଚିତା ମୁଖୀ ମଧ୍ୟ ପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ୫ ଶାବକଙ୍କୁ ଜନ୍ମ ଦେଇ ଐତିହାସିକ ଉପଲବ୍ଧି ହାସଲ କରିଛି। ମା’ ଓ ଛୁଆ ସୁରକ୍ଷିତ ଅଛନ୍ତି। ଭାରତରେ ଜନ୍ମିତ ଚିତାର ସଫଳ ପ୍ରଜନନ ଚିତା ପ୍ରଜେକ୍ଟ ପାଇଁ ଏକ ଉତ୍ତମ ସଙ୍କେତ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL