ଜାତୀୟ

ଦିଲ୍ଲୀ କାର ବିସ୍ଫୋରଣ ମାମଲା: ଛାତ୍ରଛାତ୍ରୀଙ୍କଠାରୁ ୪୧୫ କୋଟି ଠକିଛି ଅଲ୍‌ ଫଲାହ

ନୂଆଦିଲ୍ଲୀ: ଦିଲ୍ଲୀ କାର ବିସ୍ଫୋରଣ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଘଟଣା ପଛର ଷଡ଼ଯନ୍ତ୍ରକାରୀମାନେ ହରିୟାଣାର ଅଲ ଫଲାହ ବିଶ୍ଵବିଦ୍ୟାଳୟରୁ ଅଧ୍ୟୟନ କରିଥିବାବେଳେ ଏହି ଶିକ୍ଷାନୁଷ୍ଠାନ ଶିକ୍ଷା ଆଢୁଆଳ​‌ରେ ‘ହ୍ବାଇଟ୍ କଲାର ଟେରର ମଡ୍ୟୁଲ’ ଅର୍ଥାତ ଆତଙ୍କବାଦ ପାଇଁ ଡାକ୍ତରମାନଙ୍କୁ ବ୍ୟବହାର କରିବାର କଳାକୁ ଆପଣାଇଥିଲା। ଏଠାରେ ଦୁଇଟି ଭିନ୍ନ ପରିବେଶ ସୃଷ୍ଟି କରାଯାଇଥିଲା। ଗୋଟିଏ ଶିକ୍ଷା ଏବଂ ଅନ୍ୟଟି ବିଚ୍ଛିନ୍ନତାବାଦ। ଏହି ହ୍ବାଇଟ୍‌ କଲାର ଟେରର ମଡ୍ୟୁଲ ପଛରେ ଜଣେ ପୂର୍ବତନ ପ୍ରଫେସରଙ୍କ ହାତ ଥିଲା ବୋଲି ଏନଆଇଏ ତଦନ୍ତରୁ ଜଣାପଡ଼ିଛି। ସେପଟେ ଛାତ୍ରଛାତ୍ରୀଙ୍କ ଅର୍ଥକୁ ଆତଙ୍କବାଦ ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ଫାଇଦାରେ ଅନୁଷ୍ଠାନର ଉଚ୍ଚ ପଦସ୍ଥ ଅଧିକାରୀମାନେ ବିନିଯୋଗ କରିଥିବା ଜଣାପଡ଼ିଛି। ଛାତ୍ରଛାତ୍ରୀ ଫି ବାବଦ ପ୍ରାୟ ୪୧୫ କୋଟି ଟଙ୍କାକୁ ଏମାନେ ଠକି ନେଇ ଶେଲ୍‌ କମ୍ପାନୀ ଏବଂ ଏବଂ ଅନ୍ୟାନ୍ୟ ବ୍ୟାବସାୟିକ କାର୍ଯ୍ୟରେ ଲଗାଇଛନ୍ତି। ଶିକ୍ଷାଦାର ଏକ ସମ୍ମାନଜନକ ମୁଖା ପିନ୍ଧି ଅନୁଷ୍ଠାନ ଅନୀତି ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରିଆସୁଥିବା ତଦନ୍ତରୁ ଜଣାପଡ଼ିଛି।

ଏହି ବିଶ୍ଵବିଦ୍ୟାଳୟକୁ ନାକ୍ ପକ୍ଷରୁ ଏ ଗ୍ରେଡ ମାନ୍ୟତା ଦିଆଯାଇଥିବା ବୋଲି ଅନୁଷ୍ଠାନ ପ୍ରଚାର ପ୍ରସାର କରି ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିଆସୁଥିଲା। କିନ୍ତୁ ପ୍ରକୃତରେ ନାକ୍ ପକ୍ଷରୁ ସେଭଳି କୌଣସି ମାନ୍ୟତା ଦିଆଯାଇ ନ ଥିଲା। କେବଳ ଛାତ୍ରଛାତ୍ରୀଙ୍କୁ ପ୍ରଲୋଭିତ କରି ସେମାନଙ୍କ ଫି’ ହଡ଼ପ କରିବା ଏହି ବିଶ୍ଵବିଦ୍ୟାଳୟର ଏକ ଚକ୍ରାନ୍ତ ଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL