ଓଡ଼ିଶା ସିନେମା

ଗୋଆରେ ୫୬ତମ ଆଇଏଫଏଫଆଇରେ ଓଡ଼ିଆ ଫିଲ୍ମ ‘ପାପା ବୁକା’

ଭୁବନେଶ୍ୱର: ଓଡିଶା ଓ ଓଡିଆ ଫିଲ୍ମ ପାଇଁ ଏକ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ । ଲୋକପ୍ରିୟ ଓଡିଆ ପ୍ରଯୋଜକ ଅକ୍ଷୟ କୁମାର ପରିଜା ପୁଣି ଥରେ ରାଜ୍ୟ ପାଇଁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ଆଣୁଛନ୍ତି। ଅକ୍ଷୟ ପରିଜାଙ୍କ ଐତିହାସିକ ଫିଲ୍ମ ‘ପାପା ବୁକା’ ଗୋଆରେ ଅନୁଷ୍ଠିତ ୫୬ତମ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ (ଆଇଏଫଏଫଆଇ)ରେ ପ୍ରତିଷ୍ଠିତ ରେଡ କାର୍ପେଟ ଗାଲା ପ୍ରିମିୟର ପାଇଁ ମନୋନୀତ ହୋଇଛି। ଏହି ପ୍ରିମିୟର ଆସନ୍ତା ୨୨ ନଭେମ୍ବର, ୨୦୨୫ ରେ ଅନୁଷ୍ଠିତ ହେବ । ଯାହା ଅକ୍ଷୟ ପରିଜା ଓ ଭାରତୀୟ ସିନେମାର ବିଶ୍ୱସ୍ତରୀୟ ସହଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଛି ।
୨୦ରୁ ୨୮ ନଭେମ୍ବର ପର୍ଯ୍ୟନ୍ତ ଗୋଆରେ ଏହି ଉତ୍ସବ ଆୟୋଜିତ ହେବ। ଭାରତୀୟ ପାନୋରମା ଭାବରେ ଏପର୍ଯ୍ୟନ୍ତ ୨୭୦ ଫିଲ୍ମ ମଧ୍ୟରୁ ୧୭ଟି ଚୟନ ହୋଇଛି । ଯେଉଁଥିରେ ୩ଟି ଓଡ଼ିଆ ଫିଲ୍ମ ଥିବା ହେତୁ ଓଡ଼ିଶା ପାଇଁ ଏକ ଗୌରବର ବିଷୟ ହୋଇଛି । ପୂର୍ବରୁ ପପୁଆ ନ୍ୟୁ ଗୁନିଆର (ପିଏନଜି) ୫୦ତମ ସ୍ୱାଧୀନତା ଉତ୍ସବ ସମୟରେ ପୋର୍ଟ ମୋରେସବିରେ ଏହି ଫିଲ୍ମର ଜାତୀୟ ପ୍ରିମିୟର ହୋଇଥିଲା, ଯେଉଁଥିରେ ମାନ୍ୟବର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ ଯୋଗ ଦେଇଥିଲେ। ବର୍ତ୍ତମାନ, ମିନସ୍କରେ ଏହାର ଅନ୍ତର୍ଜାତୀୟ ପ୍ରିମିୟର ସହିତ ଏହି ଫିଲ୍ମର ଅବିସ୍ମରଣୀୟ ଯାତ୍ରାରେ ଯୋଡି ହୋଇଥିଲା ଏକ ନୂତନ ଇତିହାସ ।
ପିଏନଜିରେ ସମ୍ପୂର୍ଣ୍ଣ ଭାବରେ ସୁଟିଂ ହୋଇଥିବା ଏହି ଫିଲ୍ମଟି ଆମେ ଭୁଲିଯାଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧର ଇତିହାସକୁ ଜୀବନ୍ତ କରିଛି ଯାହା ଭାରତ ଏବଂ ପିଏନଜିକୁ ଏକ ସ୍ମୃତି ଏବଂ ସ୍ଥିରତା ମାଧ୍ୟମରେ ବାନ୍ଧି ରଖିଛି । ତିନିଥର ଜାତୀୟ ପୁରସ୍କାର ବିଜେତା ଡକ୍ଟର ବିଜୁ କୁମାର ଦାମୋଦରନଙ୍କ ନିର୍ଦ୍ଦେଶିତ, ‘ପାପା ବୁକା’ ଏକ ହୃଦୟସ୍ପର୍ଶୀ ଯୁଦ୍ଧ ବିରୋଧୀ କାହାଣୀ ଯାହା ପିଏନଜି ଓ ଭାରତର ଇତିହାସକୁ ଜୀବନ୍ତ କରିବା ସହ ଶହୀଦ ବୀର ସୈନିକଙ୍କ ସାହସ, କ୍ଷତି ଏବଂ ଆରୋଗ୍ୟ ପାଇଁ ଏକ ଶ୍ରଦ୍ଧାଞ୍ଜଳି ହୋଇଛି ।
୮୫ ବର୍ଷୀୟ ଆଦିବାସୀ ନେତା ସାଇନ ବୋବୋରୋଙ୍କ ଦମଦାର ଅଭିନୟ ସହିତ, ରୀତାଭରୀ ଚକ୍ରବର୍ତ୍ତୀ, ପ୍ରକାଶ ବେରେ ଏବଂ ଜନ୍ ସାଇକେଙ୍କ ଅଭିନୟ ‘ପାପା ବୁକା’ କୁ ଦେଇଛି ଏକ ଆନ୍ତର୍ଜାତୀୟ ପରିଚୟ । ତିନିଥର ଗ୍ରାମୀ ପୁରସ୍କାର ବିଜେତା ଏବଂ ଜାତିସଂଘର ସଦ୍‌ଭାବନା ଦୂତ ରିକି କେଜଙ୍କ ଆକର୍ଷଣିୟ ସ୍କୋର ସହିତ, ଏହି ଫିଲ୍ମଟି ନୂତନ ପିଢୀକୁ ଦେଇଛି ଏକ ସଂସ୍କୃତି, ଶାନ୍ତି ଏବଂ ଆଶାର ବାର୍ତ୍ତା । ନୋଏଲେନ ତୌଲା ଉନୁମ, ଅକ୍ଷୟ କୁମାର ପରିଜା, ପା ରଞ୍ଜିଥ ଏବଂ ପ୍ରକାଶ ବେରେ ଗଢିଛନ୍ତି ଭାରତ ଏବଂ ପିଏନଜି ମଧ୍ୟରେ ବନ୍ଧୁତାର ଏକ ସମୃଦ୍ଧ ଇତିହାସ । ସେମାନେ କଚିଛନ୍ତି ଯେ ‘ପାପା ବୁକା’ ହେଉଛି ଆମର କାହାଣୀ, ଆମର ଇତିହାସ, ବିଶ୍ୱ ମଞ୍ଚରେ ଆମର ସ୍ୱର ଯାହା ପାଳନ କରୁଛି ଆମର ସଂସ୍କୃତି, ସହଯୋଗ ଏବଂ ମାନବତାର ଏକ ଉତ୍ସବ।
ଆଞ୍ଚଳିକ OTT ପ୍ଲାଟଫର୍ମ ‘କଞ୍ଚା ଲଙ୍କା’ର ଅଧ୍ୟକ୍ଷ ଅକ୍ଷୟ କୁମାର ପରିଜା ଏହି ସମ୍ମାନନୀୟ ରେଡ୍ କାର୍ପେଟରେ ଚାଲିବାକୁ ପ୍ରସ୍ତୁତ ହେଉଥିବାରୁ, ବିଶ୍ୱ ମନୋରଂଜନ ମଞ୍ଚରେ ଓଡ଼ିଆଙ୍କ ପାଇଁ ଗର୍ବ ଆଣିଛି । ସମସ୍ତଙ୍କ ନଜର ଏବେ ଏହି ଐତିହାସିକ ଚଳଚ୍ଚିତ୍ର ଉପରେ ରହିଛି କାରଣ ଆନୁଷ୍ଠାନିକ ଭାବରେ ଏହି ଫିଲ୍ମ ନିଜର ଯାତ୍ରା ଆରମ୍ଭ କରୁଛି ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL