ଜାତୀୟ

ବିହାରରେ ଜନସାଧାରଣ ପରିବର୍ତ୍ତନ ଚାହୁଁଛନ୍ତି : ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟଗ୍ରହଣ ଶେଷ ହୋଇଛି। ୧୮ ଟି ଜିଲ୍ଲାର ୧୨୧ ଟି ଆସନରେ ମତଦାନ ହୋଇଛି। ବଡ଼ କଥା ହେଉଛି ଏଥର ଗତ ୭୩ ବର୍ଷରେ ସର୍ବାଧିକ ୬୪.୪୬% ମତଦାନ ହୋଇଛି । ଗତ ଥର, ଏହି ୧୨୧ ଟି ଆସନରେ ୫୫.୮୧ ପ୍ରତିଶତ ମତଦାନ ହୋଇଥିବା ବେଳେ ଏଥର ସନ୍ଧ୍ୟା ୫ଟା ସୁଦ୍ଧା ଏହି ସଂଖ୍ୟା ୬୦.୧୩ ପ୍ରତିଶତରେ ପହଞ୍ଚିଥିଲା। କୁହାଯାଉଛି ଯେ ଚୂଡ଼ାନ୍ତ ଭୋଟହାର ଆହୁରି ବଢିବାର ସମ୍ଭାବନା ରହିଛି ।

ଏସବୁ ମଧ୍ୟରେ ଜନ ସୂରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର (Prasant Kishore) ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଏଥର, ରେକର୍ଡ ମତଦାନ ସୂଚାଇ ଦେଉଛି ଯେ ଜନସାଧାରଣ ପରିବର୍ତ୍ତନ ଚାହୁଁଛନ୍ତି ଏବଂ ଏକ ନୂତନ ବ୍ୟବସ୍ଥା ଆସିବାକୁ ଯାଉଛି। ପ୍ରଶାନ୍ତ କିଶୋରଙ୍କ ଦଳ ପୂର୍ଣ୍ଣ ଶକ୍ତି ସହିତ ନିର୍ବାଚନ ମଇଦାନରେ ପ୍ରବେଶ କରିଛି। ଦଳ କେତେ ଆସନ ଜିତିବ ତାହା ଦେଖିବା ବାକି ଅଛି। ସେହିପରି ମହାଗଠବନ୍ଧନ ନେତାମାନେ କହିଛନ୍ତି ଯେ ରେକର୍ଡ ଭୋଟଦାନ ସୂଚାଉଛି ଯେ ସରକାର ବଦଳୁଛି ଓ ମହାଗଠବନ୍ଧନ ଆସୁଛି ।

ଅନ୍ୟପକ୍ଷରେ ବିଜେପି (BJP) ନେତା ତଥା ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ କହିଛନ୍ତି ଯେ ଆଜି ଭୋଟଗ୍ରହଣ ହୋଇଥିବା ୧୨୧ଟି ଆସନ ମଧ୍ୟରୁ ଏନଡିଏ ୧୦୦ଟି ଆସନରେ ଜିତିବ ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL