ଓଡ଼ିଶା

ପାନୀୟ ଜଳ ସମସ୍ୟାକୁ ନେଇ ତାତିଲେ ଗାଁ ଲୋକେ.: ଜାତୀୟ ରାଜପଥ ୨୬ ଅବରୋଧ

ବଲାଙ୍ଗୀର: ପାନୀୟ ଜଳ ସମସ୍ୟାକୁ ନେଇ ଗ୍ରାମବାସୀ ତାତିଛନ୍ତି । ଜାତୀୟ ରାଜପଥ ୨୬କୁ ଗ୍ରାମବାସୀ ଅବରୋଧ କରିଛନ୍ତି । ବଲାଙ୍ଗୀରଜିଲ୍ଲା ସଇଁତଲା ବ୍ଲକ କେରମେଲି ପଞ୍ଚାୟତ ଲାଚୁଟ ଗ୍ରାମରେ ଦୀର୍ଘ ଦିନ ଧରି ପାନୀୟ ଜଳ ସମସ୍ୟା ଲାଗି ରହି ଥିବାବେଳେ ଗ୍ରାମବାସୀ ପାଇପ ଯୋଗେ ପାନୀୟ ଜଳର ବ୍ୟବସ୍ତା କରିବା ପାଇଁ ଦାବି କରି ଆସୁଛନ୍ତି।
ମେଗା ପ୍ରକଳ୍ପ ଯୋଜନାରେ ପାଇପ ଯୋଗେ ପାନୀୟ ଜଳ ଆସିବ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଠିକାଦାର ଜଣକ ଠିକ ଭାବେ କାର୍ଯ୍ୟ କରୁ ନ ଥିବାରୁ ଗ୍ରାମବାସୀ ଏ ନେଇ ବିଡ଼ିଓଙ୍କୁ ଲିଖିତ ଦାବି ପତ୍ର ପ୍ରଦାନ କରି ଥିଲେ ସୁଦ୍ଧା କେହି କର୍ଣ୍ଣପାତ କରି ନ ଥିଲେ ! ଯାହାକୁ ନେଇ ଲାଚୁଟ ଗ୍ରାମବାସୀ ଗୁରୁବାର ଜାତୀୟ ରାଜପଥ ୨୬କୁ ଲାଚୁଟ ଛକରେ ଗରା, ବାଲ୍ଟି ଧରି ରାସ୍ତାରୋକ କରିଥିଲେ।
ଦୀର୍ଘ ବର୍ଷ ହେବ ଗ୍ରାମବାସୀ ବାଲି ଚୁଆ ଭରସାରେ ପାନୀୟ ଜଳ ଆଣୁ ଥିବା ବେଳେ ପିଇବା ପାଣି ପାଇଁ ଗୋଟିଏ କିଲୋମିଟର ଯିବାକୁ ପଡ଼ିଥାଏ ।
ତେବେ ଦୀର୍ଘ ଘଣ୍ଟା ଧରି ଜାତୀୟ ରାଜପଥକୁ ଅବରୋଧ କରିବା ପରେ ସଇଁତଲା ବିଡ଼ିଓ, ତହସିଲଦାର, ଥାନା ଅଧିକାରୀ, ଟିଟିଲାଗଡ଼ ଏସଡିପିଓ(SDPO), ବଲାଙ୍ଗୀର ଜିଲ୍ଲା ଜଳ ଯୋଗାଣ ଅଧିକାରୀ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ସହ ଆଗାମୀ ଦୁଇ ମାସ ମଧ୍ୟରେ ଜଳ ଯୋଗାଣ ହେବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL