ଓଡ଼ିଶା

ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ, ଶହେ କୋଟିର ଠକେଇ

ଭୁବନେଶ୍ବର: ଓଡ଼ିଶା ପ୍ରତିଷ୍ଠିତ ବ୍ୟାବସାୟିକ ସଂସ୍ଥା ଉତ୍କଳ ବିଲ୍‌ଡର୍ସ କାର୍ଯ୍ୟାଳୟରେ ଆୟକର ଚଢ଼ାଉ ଜାରି ରହିଛି। ଆଜି ଭୋର୍ ୪ଟା ବେଳେ ହଠାତ୍ ଆୟକର ଟିମ୍ ଭୁବନେଶ୍ବର ସହିଦନଗର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଚଢ଼ାଉ ଆରମ୍ଭ କରିଥିଲେ। ଏଥିସହ ୧୪ଟି ସ୍ଥାନରେ ଚାଲିଛି ଚଢ଼ାଉ । ୧୦୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଚାଲିଛି ଆୟକର ବିଭାଗର ଛାନଭିନ। ଚଢ଼ାଉରେ ନିୟୋଜିତ ଅଛନ୍ତି ୧୨୦ ଅଫିସର। ଆକାଉଣ୍ଟାଣ୍ଟଙ୍କୁ ଘାଣ୍ଟୁଛି ଓ ପାର୍ଟନରମାନଙ୍କୁ ପଚରାଉଚରା କରୁଛି ଟିମ୍। କେତେ ଠକିଛ ହିସାବ ଦିଅ। ଝାଳନାଳ କଲେଣି ଆୟକର ଅଫିସର।
ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ଆୟକର ଟିମ୍
ଉତ୍କଳ ବିଲଡରର ଅଫିସ ଆକାଉଣ୍ଟାଣ୍ଟ ପ୍ରସନ୍ନ କୁମାର ବେହେରାଙ୍କୁ ଅଟକ ରଖି ଝାଳବୁହା ଜେରା କରୁଛି ସ୍ୱତନ୍ତ୍ର ଟିମ୍ I ଏହାସହିତ ଉତ୍କଳ ବିଲଡରର ପାର୍ଟନର ପ୍ରକାଶ ଭୋରାଙ୍କୁ ବି ଟିକସ ଫାଙ୍କିଥିବା ନେଇ ପଚରାଉଚରା ଚାଲିଛି I ସକାଳ ସମୟରୁ ମୋଟ ୧୪ଟି ସ୍ଥାନରେ ଅତର୍କିତ ଚଢ଼ାଉ କରୁଛି ଆଇଟି ଟିମ I ବସ୍ତା ବସ୍ତା କାଗଜ ସହ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ଆୟକର ଟିମ୍I

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL