ଓଡ଼ିଶା ରାଜନୀତି

ନୂଆପଡ଼ାରେ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ଯାଞ୍ଚ କରିଥିଲେ ଫ୍ଲାଇଂ ସ୍କ୍ବାଡ୍‌

ନୂଆପଡ଼ା: ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ ହୋଇଥିବାର ଖବର ଆଜି ମିଳିଛି। ନୂଆପଡ଼ା ଉପ-ନିର୍ବାଚନ ପାଇଁ ଗତକାଲି ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ ନବୀନ ପଟ୍ଟନାୟକ। ଏହି ସମୟରେ ଆଦର୍ଶ ଆଚରଣ ବିଧି ଆଧାରରେ ନବୀନଙ୍କ ହେଲିକପ୍ଟର ଯାଞ୍ଚ କରିଥିଲେ ଫ୍ଲାଇଂ ସ୍କ୍ବାଡ୍‌। ପୂର୍ବରୁ ନୂଆପଡ଼ାକୁ ନିର୍ବାଚନ ପ୍ରଚାର କରିବାକୁ ଯାଇଥିବା ବେଳେ ଫ୍ଲାଇଂ ସ୍କ୍ବାଡ୍‌ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କର ହେଲିକପ୍ଟର ଯାଞ୍ଚ କରିଥିଲେ।
ବିଜେଡି ମୋ ବାପାଙ୍କ ପାଇଁ ଟଙ୍କାଟେ ବି ଖର୍ଚ୍ଚ କରିନି, ବରଂ ବାପାଙ୍କ ଏୟାରଲିଫ୍ଟ ଖର୍ଚ୍ଚ ଆମ ପରିବାର କରିଛି। ଆଜି ସାମ୍ବାଦିକ ସମ୍ମିଳନୀରେ ଏଭଳି ସ୍ପଷ୍ଟ ଭାବେ କହିଛନ୍ତି ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ସେ କହିଛନ୍ତି, ମିଛ କହିବାର ଗୋଟେ ସୀମା ଥାଏ। ତାକୁ ଲଂଘି ସାରିଲେଣି ବିଜେଡି ନେତାମାନେ। ମୋତେ ଭଲ ପୁଅ ନୁହେଁ ବୋଲି ସାର୍ଟିଫିକେଟ୍ ଦେବାକୁ ସେମାନେ କିଏ। ଆମ ପରିବାର ଭଲଭାବେ ଜାଣିଛନ୍ତି ମୁଁ ଭଲ ପୁଅ କି ନୁହେଁ। ମୋ ମାଆ (ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ) ମୋ ପାଇଁ ନିର୍ବାଚନ ପ୍ରଚାରରେ ବାହାରିଛନ୍ତି। ଏହାଠାରୁ ଆଉ ବଡ଼ ପ୍ରମାଣପତ୍ର କିଛି ନୁହେଁ।
ବିଜେପି ପ୍ରାର୍ଥୀ ଜୟ ଢୋଲକିଆ କହିଛନ୍ତି,ବାପା ହସ୍ପିଟାଲରେ ଥିଲା ବେଳେ ମୁଁ ୧୦ଥର ଫୋନ କରିଥିଲି ନବୀନଙ୍କୁ। ଫୋନ ଉଠେଇଲେନି, ଆଉ ସାହାଯ୍ୟ କଣ କରିବେ । ମୁଁ ମୋ ବାପାଙ୍କ ଆଦର୍ଶରେ ଅଛି । ବିଜେଡିକୁ ପ୍ରାର୍ଥୀ ମିଳିଲା ନାହିଁ ନୂଆପଡା ରେ । ମାମୁଁଘର କୁ ୫ବର୍ଷରେ ଥରେ ଆସିନଥିଲେ ସ୍ନେହାଙ୍ଗିନୀ । ଏବେ ମନେ ପଡ଼ିଗଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବେ ପ୍ରତିଦିନ ମୋତେ ଫୋନ କରି ନୂଆପଡ଼ା କଥା ବୁଝୁଛନ୍ତି। ମୋ ପାଇଁ କଷ୍ଟକର ନୁହଁ ନୂଆପଡ଼ା ଉପନିର୍ବାଚନ। ନୂଆପଡ଼ାବାସୀ ଆସନ୍ତା ୧୪ ତାରିଖରେ ତାର ଜବାବ ଦେବେ ।
ସେ ଆହୁରି କହିଛନ୍ତି, ମୋ ବାପାଙ୍କ ଏୟାରଲିଫ୍ଟିଂର ଖର୍ଚ୍ଚ ମୋ ପରିବାର କରିଛି । ବିଜେଡି ଟଙ୍କାଟେ ସାହାଯ୍ୟ କରିନି । ମୁଁ ଭଲ ପୁଅ ମୋ ପରିବାର ପାଇଁ । ବାପାଙ୍କ ଚିକିତ୍ସା ଚାଲିଥିବା ବେଳେ ନବୀନଙ୍କୁ ସାହାଯ୍ୟ ମାଗିଥିଲି । ହେଲେ ତାଙ୍କ ପାଖରେ ସମୟ ନଥିଲା ଟିକେ କଥା ହେବା ପାଇଁ । ବାପାଙ୍କ ଦେହାନ୍ତ ପରେ ଯାଇ ନବୀନଙ୍କ ଫୋନ ଆସିଥିଲା।
ବିଜେଡି ନେତାମାନେ କେବଳ ବ୍ୟକ୍ତିଗତ ଆକ୍ଷେପ କରିବାରେ ବ୍ୟସ୍ତ। ବାପାଙ୍କ ଜୀବିତାବସ୍ଥାରେ ତାଙ୍କ ପାଇଁ କିଛି କରିନଥିଲା ବିଜେଡି ନେତାଏ ଏବେ ଖାଲି କାନ୍ଦୁଛନ୍ତି। ଏକଥାକୁ ନୂଆପଡ଼ାବାସୀ ଭଲଭାବେ ବୁଝିସାରିଲେଣି। ଆଉ ଉପନିର୍ବାଚନରେ ଏହାର କଡ଼ା ଜବାବ ଦେବେ ବୋଲି କହିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL