ଓଡ଼ିଶା

୫ ଦିନିଆ ରିମାଣ୍ଡରେ ଗଲେ ଶଙ୍କର ଓ ଅରବିନ୍ଦ

ବ୍ରହ୍ମପୁର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଏବଂ ପୂର୍ବରୁ ଗିରଫ ହୋଇଥିବା ଅରବିନ୍ଦ ଦାସଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ବ୍ରହ୍ମପୁର ଗ୍ରାମାଞ୍ଚଳ ଜେଏମଏଫସିଙ୍କ ପକ୍ଷରୁ କ୍ରାଇମବ୍ରାଞ୍ଚ କରିଥିବା ରିମାଣ୍ଡ ଆବେଦନକୁ ଅନୁମୋଦନ ମିଳିଛି। ଫଳରେ କ୍ରାଇମବ୍ରାଞ୍ଚ ଉଭୟ ଅଭିଯୁକ୍ତଙ୍କୁ ବିସ୍ତୃତ ଭାବେ ଜେରା କରିପାରିବ ବୋଲି ସୂଚନା ମିଳିଛି।

ଏହି ମାମଲାରେ ପଞ୍ଚସଫ୍ଟ ମାଲିକ ତଥା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିଙ୍କୁ ଭାରତ-ନେପାଳ ସୀମାରୁ ଗିରଫ କରାଯାଇଥିଲା। ଏହା ସହିତ ସିଲିକନ ଟେକ୍‌ କମ୍ପାନୀ ମାଲିକ ସୁରେଶ ନାୟକଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଉଭୟଙ୍କୁ ସୋମବାର ଜେଏମଏଫସିରେ ହାଜର କରାଯିବା ପରେ ବିଚାରପତି ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ତେବେ କ୍ରାଇମବ୍ରାଞ୍ଚ ପକ୍ଷରୁ ଶଙ୍କର ଏବଂ ଅରବିନ୍ଦଙ୍କୁ ୭ଦିନିଆ ରିମାଣ୍ଡରେ ଦେବାକୁ ଆବେଦନ କରାଯାଇଥିଲା। ହେଲେ କୋର୍ଟ ୫ ଦିନିଆ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଛନ୍ତି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL