ଓଡ଼ିଶା

ଗଡ଼ିଲା ବାଲିଯାତ୍ରା ସଚେତନତା ରଥ, ଉପକୂଳବର୍ତ୍ତୀ ୧୦ ଜିଲ୍ଲା ପରିକ୍ରମା କରିବ

  • ରାତି ୧୧ଟା ଯାଏ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ

କଟକ : ଗଡ଼ିଲା ବାଲିଯାତ୍ରା ସଚେତନତା ରଥ ।  କଟକ ବାଲିଯାତ୍ରାର ତଳ ପଡିଆ ଠାରେ ଉଦଘାଟନ ହେଲା ସଚେତନତା ରଥ। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ ଏହି ସଚେତନତା ରଥକୁ ଉଦଘାଟନ କରିଛନ୍ତି ।  ଏହି ସଚେତନତା ରଥ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ୧୦ ଜିଲ୍ଲାରେ ପରିକ୍ରମା କରିବ ।  ଅତୀତ ବାଲିଯାତ୍ରାର ଐତିହ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନ କରିବ ରଥ ।  ଏହାସହ ୧୦ଟି ଜିଲ୍ଲାରେ ଯାତ୍ରା ପାଇଁ ଲୋକଙ୍କୁ ଆମନ୍ତ୍ରଣ କରିବ ।  ବାଲିଯାତ୍ରା ଆମ ସଂସ୍କୃତି, ପରମ୍ପରା ଓ ଗୌରବମୟ ଅତୀତର ପ୍ରତୀକ ।  ଦରିଆ ପାରି ଦେଶମାନଙ୍କରେ କିପରି ସାଧବ ପୁଅ ବାଣିଜ୍ୟ କରୁଥିଲେ ସେନେଇ ସ୍ମରଣ କରାଇବ ଏହି ରଥ ।  ଆସନ୍ତା ୫ରୁ ଆରମ୍ଭ ହୋଇ ନଭେମ୍ବର ୧୨ ତାରିଖ ଯାଏଁ ଚାଲିବ ବାଲିଯାତ୍ରା ।

ସେହିପରି ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟର ଅବଧିକୁ ବୃଦ୍ଧି କରାଯାଇଛି। ଚଳିତଥର ରାତି ୧୧ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ଏ ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ପୂର୍ବ ବର୍ଷଗୁଡ଼ିକରେ ରାତି ୧୦ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଅନୁମତି ଦିଆଯାଉଥିଲା। ହେଲେ ଗତବର୍ଷ ଏହାକୁ ନେଇ କିଛି ବିବାଦ ଉପୁଜିଥିଲା। ଏପରି କି ପୁଲିସ ରାତି ୧୦ଟା ପରେ କଳାକାରଙ୍କୁ ମଞ୍ଚରୁ ଓହ୍ଲାଇ ଦେଇଥିଲା। ତେଣୁ ଚଳିତ ଥର ସମୟସୀମା ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL