କଟକ କଟକ ଜାତୀୟ

ନୂଆଦିଲ୍ଲୀରେ ମଙ୍ଗଳବାର ଦିନ ଫିଟ ଇଣ୍ଡିଆ ସାଇକେଲିଂ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ

ନୂଆଦିଲ୍ଲୀରେ ମଙ୍ଗଳବାର ଦିନ ଫିଟ ଇଣ୍ଡିଆ ସାଇକେଲିଂ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ

 

କଟକ କାର୍ଯ୍ୟକ୍ରମରେ ଯୋଗ ଦେବ ଓଡିଶା ସାଇକେଲିଂ ସଂଘ

କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡାମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ନୂଆଦିଲ୍ଲୀରେ ମଙ୍ଗଳବାର ଦିନ ଫିଟ ଇଣ୍ଡିଆ ସାଇକେଲିଂକୁ ଉଦଘାଟନ କରିବେ । ସେହିଦିନ ଜଗତପୁରସ୍ଥିତ ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ (ସାଇ) ନେସନାଲ ସେଂଟର ଅଫ ଏକ୍ସେଲେନ୍ସ ପକ୍ଷରୁ ସାଇକେଲ ଚାଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଏହି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ସାଇକେଲ ଚାଳକମାନେ ପ୍ରାୟ ତିନି କିଲୋମିଟର ପର୍ଯ୍ୟନ୍ତ ବାରବାଟୀ ଦୁର୍ଗ ଦେଇ ସ୍ଥାନୀୟ ସମାଜ ଅଫିସ ପର୍ଯ୍ୟନ୍ତ ସାଇକେଲ ଚାଳନା କରିବେ । ଏଥିରେ ରାଜ୍ୟର ବହୁ କ୍ରୀଡା ପ୍ରେମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଜଗତପୁରସ୍ଥିତ ସାଇ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାଇକେଲ ଚାଳନାକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଗମନାଗମନ ଓ ବ୍ୟାୟାମ ପାଇଁ ସାଇକେଲର ଗୁରୁତ୍ୱପୂର୍ଣ ଭୂମିକାକୁ ଏହା ସୂଚିତ କରିବ ବୋଲି କୁହାଯାଇଛି । ସାଇକେଲ ଆରୋହୀମାନେ ବାରବାଟୀ ଦୁର୍ଗ ପାଖରୁ ସମାଜ ଅଫିସ ଯାଏ ଯିବେ ଓ ପୁଣି ଫେରିବାର କାର୍ଯ୍ୟକ୍ରମ ରହିଛି ।

ସାଇକେଲିଂ ଫେଡେରେସନ ଅଫ ଇଣ୍ଡିଆ, ମାଇଁ ଭାରତ, ଆଂଚଳିକ ସାଇ ନେସନାଲ ସେଂଟର ଅଫ ଏକ୍ସେଲେନ୍ସ କେନ୍ଦ୍ର, ଖେଲୋ ଇଣ୍ଡିଆ କେନ୍ଦ୍ର, ଜିଲ୍ଲା ପ୍ରଶାସନର ସହଯୋଗକ୍ରମେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଏହା ଆୟୋଜିତ କରାଯାଉଛି ।

ଡିସେମ୍ବର ୧୭ ତାରିଖରେ ସମଗ୍ର ଦେଶର ଏକ ହଜାର ସ୍ଥାନ ସହ ବିଭିନ୍ନ ସାଇ ଆଂଚଳିକ କେନ୍ଦ୍ରରେ ଏହା ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ ସାରା ଦେଶରେ ପ୍ରତି ମଙ୍ଗଳବାର ଦିନ ଏପରି ସାଇକେଲ ଚାଳନା କାର୍ଯ୍ୟକ୍ରମ ହେବାର ରହିଛି ।

୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦଘାଟିତ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ କ୍ରୀଡା କ୍ଷେତ୍ରରେ ଆମ ଦେଶକୁ ଏକ ମହାଶକ୍ତିଶାଳୀ ଦେଶ ଭାବରେ ପରିଗଣିତ କରିଛି । ଏହି ଅଭିଯାନ ମାଧ୍ୟମରେ ସ୍ୱାସ୍ଥ୍ୟ ଓ କ୍ରୀଡା କ୍ଷେତ୍ରରେ ଉନ୍ନତି ହେବା ସହ ସାଇକେଲ ଚାଳନାକୁ ଏକ ସ୍ୱତନ୍ତ୍ର ଖେଳର ମର୍ଯ୍ୟାଦା ଦେଇଛି ।

LSadmin

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL