ବିଧାନସଭା ସମାଚାର ମୁହାଁ ମୁହିଁ ରାଜ୍ୟ ରାଜନୀତି

ପ୍ରଥମ ଦିନରୁ ତାତିଲା ବିଧାନସଭା; ବିରୋଧୀ-ଶାସକ ମୁହାଁମୁହିଁ

ଆରମ୍ଭରୁ ଉଷ୍ମ ହୋଇଛି ଶୀତ ଅଧିବେଶନ। ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ। ସମ୍ବିଧାନର ମୁଖବନ୍ଧ ଏବଂ ଆମ୍ବ ଟାକୁଆ ପ୍ରସଙ୍ଗରେ ଧୋଇ ହୋଇଗଲା ଅଧିବେଶନର ପ୍ରଥମ ଦିନ। ସେପଟେ ଶାସକ ବିଜେପି ଅଭିଯୋଗ କରିଛି ଯେ ବିରୋଧୀ ଗୃହକୁ ଭ୍ରମିତ କରିବାକୁ ଚାହୁଁଛନ୍ତି। ଆଉ ହଟ୍ଟଗୋଳ ଭିତରେ ୧୨ ହଜାର ୧୫୬ କୋଟିର ଅତିରିକ୍ତ ବଜେଟ୍ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ।

ଏଥିଲା ବିଧାନସଭା ଶୀତକାଳିନ ଅଧିବେଶନର ପ୍ରଥମ ଦିନ। ଭିନ୍ନ ଭିନ୍ନ ପ୍ରସଙ୍ଗରେ ଗୃହରେ ସ୍ବର ଉତ୍ତୋଳନ କରିଥିଲେ ଦୁଇ ବିରୋଧୀ କଂଗ୍ରେସ ଓ ବିଜେଡ଼ି। ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାର ନ୍ୟାୟିକ ତଦନ୍ତ ଦାବିରେ ଗୃହ ମଧ୍ୟଭାଗକୁ ଆସିଥିଲେ କଂଗ୍ରେସ ବିଧାୟକ। ସେପଟେ ବିଧାନସଭା ପରିସରରେ ଥିବା ସମ୍ବିଧାନର ମୁଖବନ୍ଧରେ ସମାଜବାଦ ଓ ଧର୍ମନିରପେକ୍ଷ ଶଦ୍ଦ ଯୋଡ଼ିବା ପାଇଁ ଦାବି କରିଥିଲା ବିଜେଡି। ଗୃହ ବାହାରେ ଏନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେଡି ଓ କଂଗ୍ରେସ। ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ବିଧାନସଭା ପରିସରରେ ଥିବା ସମ୍ବିଧାନ ବହିରେ ସେକୁଲାର ଏବଂ ସୋସାଲିଷ୍ଟ ଶବ୍ଦ ନାହିଁ। ଯାହାକି ସମ୍ବିଧାନର ଆତ୍ମା।

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL