କ୍ରୀଡା

ଏତେ କୋଟିର ମାଲିକ ଆଇପିଏଲ ଇତିହାସର ସବୁଠୁ ଦାମୀ କ୍ରିକେଟର ଋଷବ ପନ୍ତ

ନୂଆଦିଲ୍ଲୀ: ରବିବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍)-୨୦୨୫ ପାଇଁ ମେଗା ନିଲାମୀ ହୋଇଥିଲା। ସାଉଦୀ ଆରବରେ ଆୟୋଜିତ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଆୟାଜକ ଟିମ୍‌ ମାନେ ନିଜ ପସନ୍ଦର ଖେଳାଳିମାନଙ୍କୁ କିଣିଥିଲେ। ଆଗାମୀ ଆଇପିଏଲ୍‌ ପାଇଁ ଲକ୍ଷ୍ନୌ ସୁପର ଜାଏଣ୍ଟସ ୨୭ କୋଟି ଟଙ୍କାରେ ଋଷଭ ପନ୍ତଙ୍କୁ କିଣିଥିଲା। ଏଥି ସହିତ ଋଷଭ ପନ୍ତ ଆଇପିଏଲ୍‌ ଇତିହାସରେ ସବୁଠାରୁ ଦାମୀ ଖେଳାଳି ପାଲଟିଥିଲେ।

ନିଲାମି ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଅଧିନାୟକ ତଥା ଷ୍ଟାର କ୍ରିକେଟର ଋଷଭ ପନ୍ତଙ୍କୁ ଆଇପିଏଲ-୨୦୨୫ର ‘ରିଟେନ ଲିଷ୍ଟ’ରୁ ହଟାଇ ଦେବା ପରେ କେଉଁ ଦଳ ତାଙ୍କୁ କିଣିବ, ଏପ୍ରଶ୍ନ ସମସ୍ତଙ୍କ ମନରେ ଥିଲା। କାହାକୁ ଜଣାନଥିଲା ସେ ଆଇପିଏଲ ଇତିହାସର ସବୁଠୁ ଦାମୀ ଖେଳାଳି ହେବେ। ଯଦି ଆମେ ତାଙ୍କ ମୋଟ ସମ୍ପତ୍ତି କଥା କହିବା ତେବେ ୨୦୨୪ ସୁଦ୍ଧା ଋଷଭ ପନ୍ତଙ୍କ ସମ୍ପତ୍ତି ପ୍ରାୟ ୧୦୦କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ତାଙ୍କର ଆୟର ମୂଳ ଉତ୍ସଗୁଡ଼ିକ ହେଲା ବିସିସିଆଇରୁ ମିଳୁଥିବା ଦରମା, ଆଇପିଏଲ୍ ଚୁକ୍ତି ଏବଂ ବିଭିନ୍ନ ବିଜ୍ଞାପନରୁ ମିଳୁଥିବା କୋଟି କୋଟି ଟଙ୍କା। ବିସିସିଆଇରୁ ସେ ପ୍ରତିବର୍ଷ ୩କୋଟି ଟଙ୍କା ଆୟ କରୁଥିବା ବେଳେ ଆଇପିଏଲରୁ ସେ ଏବେ ୨୭କୋଟି ଟଙ୍କା ଆୟ କରିବେ। ପ୍ରତି ଟେଷ୍ଟ ମ୍ୟାଚ୍ ପାଇଁ ୧୫ଲକ୍ଷ ଟଙ୍କା ନେଉଥିବା ପନ୍ତ ପ୍ରତି ଦିନିକିଆ ମ୍ୟାଚ୍ ପାଇଁ ୬ଲକ୍ଷ ଟଙ୍କା ନିଅନ୍ତି। ଏହା ସହ ସେ ପ୍ରତି ଟି-୨୦ ମ୍ୟାଚରୁ ୩ଲକ୍ଷ ଟଙ୍କା ଆୟ କରନ୍ତି ବୋଲି ଜଣାଯାଇଛି।

ଯଦି ଆମେ ତାଙ୍କ ବିଳାସପୂର୍ଣ୍ଣ ଗାଡ଼ି କଥା କହିବା ତେବେ ତାଙ୍କ ପାଖରେ ଅଛି ଫୋର୍ଡ ମସଟାଙ୍ଗ, ମର୍ସେଡିଜ୍ ବେଞ୍ଜ ଜିଏସସି, ଅଡି ଏ-୮ ଏବଂ ମର୍ସେଡିଜ୍ ବେଞ୍ଜ ଜିଏଲଇ।

LSadmin

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL