ବିଧାନସଭା ସମାଚାର

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ

ରାଞ୍ଚି: ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଇଣ୍ଡିଆ ସହଯୋଗୀ ଦଳକୁ ଏକ ନିର୍ଣ୍ଣାୟକ ବିଜୟରେ ପହଞ୍ଚାଇବା ପରେ ହେମନ୍ତ ସୋରେନ ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଝାଡ଼ଖଣ୍ଡରେ ଜେଏମ୍ଏମ୍ ନେତୃତ୍ବାଧୀନ ମେଣ୍ଟ ଲଗାତାର ଦ୍ବିତୀୟ ଥର ପାଇଁ ବିଜୟ ହାସଲ କରିବା  ଦିନକ ପରେ ଜେଏମ୍ଏମ୍ କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ  ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ।

ଜେଏମ୍‌ଏମ୍‌ ବିଧାୟକମାନେ ସର୍ବସମ୍ମତିକ୍ରମେ ସୋରେନଙ୍କୁ ବିଧାୟକ ଦଳ ନେତା  ନିର୍ବାଚିତ କରିବା ପରେ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ତ୍ବରାନ୍ବିତ ହୋଇଛି।  ଆଜି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି।

ଝାଡ଼ଖଣ୍ଡରେ ବିଜେପି ମାତ୍ର ୨୧ଟି ଆସନରେ ବିଜୟୀ ହୋଇଥିବା ବେଳେ ଏହାର ଏନଡିଏ ସହଯୋଗୀ ଦଳମାନକୁ ୩ଟି ଆସନ ମିଳିଛି। ରାଜ୍ୟରେ ସଂଖ୍ୟାଗରିଷ୍ଠତା ସଂଖ୍ୟା ୪୧ ରହିଛି।

LSadmin

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL