ଝାରସୁଗୁଡା

ସାନ ଭାଇର ଟାଙ୍ଗିଆ ଚୋଟରେ ବଡ ଭାଇ ମୃତ, ଅଭିଯୁକ୍ତ ଅଟକ

ଝାରସୁଗଡା: ଝାରସୁଗୁଡା ଲଖନପୁର ଥାନା କୁଡାଲୋଇ ଗଙ୍ଗାପଡା ଗାଁରେ ଅଭାବନୀୟ ଘଟଣା ଘଟିଛି।  ସାନ ଭାଇର ଟାଙ୍ଗିଆ ଚୋଟରେ ବଡ ଭାଇର ମୃତ୍ୟୁ ଘଟିଛି। ମୃତକ ସୁନୀଲ ସୋରେନ୍ ବୋଲି ଜଣାପଡିଛି। ସୂଚନା ଅନୁସାରେ ରବିବାର ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ବଡ ଭାଇ ସୁନୀଲ ଏବଂ ସାନ ଭାଇ ସୁଶୀଲ ଙ୍କ ମଧ୍ୟ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସାନ ଭାଇ ସୁଶୀଲ ବଡ ଭାଇ ସୁନୀଲଙ୍କୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଫଳରେ ସେ ଗୁରୁତର ହୋଇ ତଳେ ପଡିଯାଇଥିଲେ । ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଲଖନ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସୁଶୀଲ ସୋରେନ୍ କୁ ଅଟକ ରଖିବା ସହ ଅଧିକ ତଦନ୍ତ ଜାରି ରଖିଛି।

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL