ଜଗତସିଂହପୁର

ମାଛ ବେପାରୀଙ୍କ ଉପରେ ଚଢିଗଲା ଟ୍ରକ୍: ରାସ୍ତା ଅବରୋଧ

ପାରାଦୀପ : ମାଛ ବେପାରୀଙ୍କ ଉପରେ ଚଢିଗଲା ଟ୍ରକ୍। ପାରାଦୀପ ଅଠରବାଙ୍କୀ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଟ୍ରକ୍ ଚକା ତଳେ ଚାପି ହୋଇ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ମହେନ୍ଦ୍ର ଜେନା ବୋଲି ଜଣାପଡିଛି। ଆଜି ଛାଡଖାଇ ଥିବାବେଳେ ସେ ଭୋର ସମୟରେ ସାଇକେଲ ଯୋଗେ ମାଛ ନେଇ ବଜାରକୁ ବିକ୍ରି କରିବାକୁ ଆସୁଥିଲେ। ରାସ୍ତାରେ ଏକ ଟ୍ରକ୍ ତାଙ୍କ ଉପରେ ଚଢିଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବାବେଳେ ଉତ୍ତ୍ୟକ୍ତ ଲୋକ ଅଠରବାଙ୍କୀ ରାସ୍ତା ଅବରୋଧ କରିଛନ୍ତି। ପରେ ଖବର ପାଇ ପାରାଦୀପ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL