କଟକ କଟକ

ଲିଭିଲା ମଧୁବାବୁଙ୍କ ସମାଧି ପୀଠରେ ଲେଖାଥିବା ଓଡିଆ ଵାପଟିଷ୍ଟ ଚର୍ଚ୍ଚ

କଟକ: ଲିଭାଗଲା ମଧୁ ବାବୁଙ୍କ ସମାଧି ପୀଠରେ ଲେଖାଥିବା ଓଡିଆ ଵାପଟିଷ୍ଟ ଚର୍ଚ୍ଚ। କଟକ ମହାନଗର ନିଗମ କମିଶନରଙ୍କ ଉପସ୍ଥିତରେ ମଧୁ ସ୍ମୃତି ସୁରକ୍ଷା ମଞ୍ଚ ପକ୍ଷରୁ ଏହି କାର୍ଯ୍ୟ କୁ ସମ୍ପାଦନା କରାଯାଇଛି। ମଧୁବାବୁଙ୍କ ସାମଧି ପୀଠରେ ଏଭଳି ଲେଖାକୁ ବିରୋଧ କରାଯିବା ପରେ କଟକ ମହାନଗର ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ମଧୁ ବାବୁଙ୍କ ସାମଧି ପୀଠ ର ସମ୍ମୁଖ ଗେଟ ରେ କିଏ ଏଭଳି ଦୁର୍ବୁତ୍ତ ଲେଖିଦେଇଥିବା କଥା ଅଭିଯୋଗ କରିଛନ୍ତି ମଧୁ ସ୍ମୃତି ସୁରକ୍ଷା ମଞ୍ଚ ସମ୍ପାଦକ ସନ୍ତୋଷ କୁମାର ମହାରଣା। ତାଙ୍କ ମତରେ , ଏହି ସ୍ଥାନ ଯେତେବେଳେ ଅବହେଳିତ ଅବସ୍ଥାରେ ରହିଥିଲା ସେହି ସମୟରେ କେହି ଏଠାକୁ ଆସୁନଥିଲେ। କେବଳ ସୁରକ୍ଷା ମଞ୍ଚ ଫୁଲ ଧୂପ ଦେଇ ମଧୁ ସ୍ମୃତି ପୀଠର ସମ୍ମାନ କୁ ବଜାୟ ରଖିଥିଲେ। କିନ୍ତୁ ଅପ୍ରେଲ ୨୮ରେ ମଧୁ ବାବୁ ଜୟନ୍ତୀ କାର୍ଯ୍ୟକ୍ରମ ପରେ କେହି ଜଣେ ଦୁର୍ବୁତ୍ତ କଟକ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ ଲେଖିଦେଇଥିଲେ। ଯାହା ଓଡ଼ିଆ ଅସ୍ମିତା ପ୍ରତି ଏକ କୁଠାରଘାତ ସଦୃଶ୍ୟ। ମଧୁ ବାବୁ ଓଡ଼ିଆ ଜାତିର କୂଳବୃଦ୍ଧ। ତାଙ୍କ ସମାଧି ସ୍ଥଳରେ ଏପରି ଲେଖିବା କେବେବି ଗ୍ରହଣୀୟ ନୁହଁ ବୋଲି ଦାବି କରିଛି ମଞ୍ଚ। ମଧୁବାବୁ ଓଡ଼ିଆ ଜାତିର ଗର୍ବ ଓ ଗୌରବ କିନ୍ତୁ ତାଙ୍କ ସମାଧି ସ୍ଥଳ ରେ କୌଣସି ସମ୍ପ୍ରଦାୟର ନାଁ ଲେଖିବା ଏକ ନିନ୍ଦନୀୟ ପ୍ରସଙ୍ଗ। ତେଣୁ ବାଧ୍ୟତାମୂଳକ ଭାବରେ ମୁଖ୍ୟ ଫାଟକ ଉପରେ ଲେଖା ଥିବା କଟକ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ ଲେଖା କୁ ସର୍ବ ସମୁଖ ରେ ଲିଭାଯାଇଥିବା କହିଛନ୍ତି ମଞ୍ଚ ସମ୍ପାଦକ। ଅନ୍ୟପଟେ ଘଟଣା ସ୍ଥଳରେ ସିଏମସି କମିଶନର ଅନାମ ପାତ୍ର ଥିବା ବେଳେ ଏହି କାର୍ଯ୍ୟ ସମ୍ପାଦନ କରଯାଇଛି । ତେବେ କିଏ ଏବଂ କେଉଁ ଉର୍ଦେଶ୍ୟରେ ମଧୁ ସ୍ମୃତି ପୀଠ ରେ ଏଭଳି ଲେଖା ଲେଖିଲା,  ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି।

Tag:

LSadmin

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL