ଓଡ଼ିଶା

ଟ୍ରଲର-ପୋଲିସ ଗାଡ଼ି ମୁହାଁମୁହିଁ ଧକ୍କା: ୨ ପୋଲିସ ମୃତ, ୨ ଗୁରୁତର

ଭଦ୍ରକ: ଲୁହା ପ୍ଲେଟ୍ ବୋଝେଇ ଟ୍ରଲର ସହ ପୋଲିସ ଗାଡ଼ି ମୁହାଁମୁହିଁ ଧକ୍କା। ଚାଲିଗଲା ୨ ଜଣଙ୍କ ଜୀବନ। ଆଉ ୨ ଜଣ ଗୁରୁତର ଅଛନ୍ତି। ଗତକାଲି ବିଳମ୍ବିତ ରାତିରେ ଟ୍ରଲର ସହ ପୋଲିସ ଗାଡ଼ି ଧକ୍କା ହେବା ଫଳରେ ଦୁଇ ଜଣ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଦୁଇ ଜଣ ପୋଲିସ କର୍ମଚାରୀ ଗୁରୁତର ଅଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ।

ସୂଚନା ଅନୁଯାୟୀ, ପୁରୀ ପୋଲିସର ଏକ ଟିମ୍ ଗତକାଲି ରାତିରେ ମୋବାଇଲ ରିକଭରିଙ୍ଗ କେସରେ ଆସି ବାସୁଦେବପୁରରୁ ପୁରୀ ଫେରୁଥିବା ସମୟରେ ନାୟକାଣୀଡିହି ଥାନା ବିରସ ପଞ୍ଚାୟତ ସମିତି ସମ୍ମୁଖ ରାସ୍ତାରେ ଟ୍ରଲରର ସହ ପୋଲିସ ଗାଡ଼ିର ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ମେଡ଼ିକାଲରେ ମୃତ୍ୟୁ ଘଟିଛି।

ଅନ୍ୟ ଦୁଇ ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଦୁଇ ଜଣ ମୃତ କନେଷ୍ଟବଳ କର୍ମଚାରୀ ହୋଇଥିବା ବେଳେ ସବ ଇନ୍ସପେକ୍ଟର ଓ ଡ଼୍ରାଇଭର ଗୁରୁତର ହୋଇ କଟକ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରଲର ଜବତ କରାଯାଇଛି। ଏହି ଘଟଣାକୁ ନେଇ ଭଦ୍ରକ ପୋଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି।

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL