ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଉତ୍ତର-ପଶ୍ଚିମ ଦିଗରେ ଗତି କରି କାଲି ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ୧୫ ତାରିଖ ବେଳକୁ ନେଇପାରେ ଅବପାତର ରୂପ। ଆସନ୍ତା ୧୭ ତାରିଖରୁ ରାଜ୍ୟରେ ହୋଇପାରେ ବର୍ଷା। ତେବେ ବାତ୍ୟା ହେବା ନେଇ ମିଳନି ସ୍ପଷ୍ଟ ସୂଚନା। ଅନ୍ୟପଟେ କିନ୍ତୁ ବିଭିନ୍ନ ପାଣିପାଗ ମଡେଲ୍ ସମ୍ଭାବ୍ୟ ବାତ୍ୟା ନେଇ ସଙ୍କେତ ଦେଖାଇଛନ୍ତି। ଆସନ୍ତା ୧୯ କିମ୍ବା ୨୦ ତାରିଖ ବେଳକୁ ସ୍ଥଲଭାଗ ପାଖାପାଖି ହୋଇପାରେ। ହେଲେ ଏହାର ଗତିପଥ ଓ ପ୍ରଭାବ ନେଇ ଭିନ୍ନ ଭିନ୍ନ ଆକଳନ ପ୍ରକାଶ ପାଇଛି।
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୧୭ରୁ ରାଜ୍ୟରେ ବର୍ଷା !





