ସୋରଡା : ବାତ୍ୟା ଅର୍ନବ ପାଇ ସୋରଡା ପ୍ରଶାସନ ବନ୍ଦ କଲା ଦାରିଙ୍ଗିବାଡି ଘାଟି । ବାତ୍ୟାର ପ୍ରଭାବରେ ଦାରିଙ୍ଗିବାଡି ଘାଟିରେ ଭୂସ୍ଖଳନ ଓ ମାଟି ଅତଡା ଖସିବା ଆଶଙ୍କାରେ ଗାଜଳବାଡି ଗାଁ ନିକଟ NH ବନ୍ଦ । ସୋରଡା ତହସିଲଦାର ଓ ସୋରଡା ଥାନା ଅଧିକାରୀଙ୍କ ନେତୃତ୍ଵରେ ଘାଟି ପୂର୍ବରୁ ଗାଜଳବାଡି ଗାଁ ନିକଟରେ ଜାତୀୟ ରାଜପଥ 59 କୁ ସିଲ କରାଯାଇଛି ।
ବଡ ବର୍ଷା ହେଲେ ଦାରିଙ୍ଗିବାଡି ଘାଟି ମାଟି ଅତଡା ଖସିଥାଏ ଓ ଭାରିଯାନ ଅଧିକାଂଶ ସମୟରେ ବିପଦର ସମୁଖିନ୍ନ ହୋଇଥାନ୍ତି । ଗାଡି ଅଧିକାଂଶ ସମୟରେ ଘାଟିର ମଧ୍ୟ ଭାଗରେ ଅଟକି ରହିଥାଏ । ତେଣୁ କ୍ଷୟ କ୍ଷତିର ଆଶଙ୍କା କରି ଆଗୁଆ ପଦକ୍ଷେପ ନେଇଛନ୍ତି ତହସିଲଦାର । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଏହି ରାସ୍ତାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବାଣ୍ଡ ରହିବ ।



