ଜଗତସିଂହପୁର: ପାରାଦୀପ ବେଳାଭୂମିକୁ ବୁଲିବାକୁ ଯାଇଥିବା ୪ ସାଙ୍ଗଙ୍କ ମଧ୍ୟରୁ ୩ ଜଣ ଆଶ୍ଚର୍ଯ୍ୟଜନକ ଭାବେ ନିଖୋଜ ହୋଇଗଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ନିଖୋଜ ପୂର୍ବରୁ ସେମାନେ ତିଆରି କରିଥିବା ରିଲ୍ସକୁ ନେଇ ଏବେ ତଦନ୍ତ ଆଗକୁ ବଢୁଛି। ମୃତ ଯୁବକ ହେଲେ ମହମ୍ମଦ ଅମୀର ହୁସେନ୍ (୧୮)। ଦୁଇ ନିଖୋଜ ଯୁବକ ହେଲେ ମହମ୍ମଦ ସାହାନଵାଜ ଓ ମହମ୍ମଦ କାସିଫ୍। ବିହାର ବେଗୁସରାଇ ଜିଲ୍ଲା ବରୌଣି ଥାନା ଅନ୍ତର୍ଗତ ପପ୍ରୌର ଅଞ୍ଚଳର ୪ ଜଣ ସାଙ୍ଗ ପାରାଦୀପଗଡ଼ ଅଞ୍ଚଳରେ ଭଡ଼ାଘର ନେଇ ରହୁଥିଲେ। ସେମାନେ କିଛିଦିନ ତଳେ ଆଇଓସିଏଲ୍ କମ୍ପାନିରେ ଜଣେ ଠିକାଦାରଙ୍କ ଅଧୀନରେ କାମ କରୁଥିଲେ। ୭ ତାରିଖ ଅପରାହ୍ଣରେ ଅମୀର, ସାହାନଵାଜ, କାସିଫ୍ ଓ ମହମ୍ମଦ ସାହିଲ ପାରାଦୀପ ବେଳାଭୂମି ବୁଲିବାକୁ ଯାଇଥିଲେ।
ସମୁଦ୍ରରେ ବୁଡ଼ିଗଲେ ୩ ସାଙ୍ଗ, ଜଣଙ୍କ ମୃତଦେହ ଉଦ୍ଧାର, ୨ ନିଖୋଜ




