ଓଡ଼ିଶା

ୟୁଏଇରେ IBPGଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଓଡ଼ିଶାରେ ନିବେଶ ଓ ବ୍ୟବସାୟିକ ସୁଯୋଗ ବଢ଼ାଇବା ଲକ୍ଷ୍ୟରେ ଚାଲିଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ର ଅଂଶ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍‌ (IBPG) ସହ ଏକ ରାଉଣ୍ଡଟେବୁଲ୍‌ ଆଲୋଚନାରେ ଯୋଗ ଦେଇଛନ୍ତି।ଆଲୋଚନାରେ ଓଡ଼ିଶା ଓ ୟୁଏଇ ମଧ୍ୟରେ ବାଣିଜ୍ୟ, ରପ୍ତାନି ଏବଂ ବ୍ୟବସାୟିକ ସହଯୋଗକୁ ଆହୁରି ବ୍ୟାପକ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ବିଶେଷକରି ଓଡ଼ିଶାର କୃଷି ଓ ଖାଦ୍ୟ ଉତ୍ପାଦକୁ ୟୁଏଇ ବଜାରରେ ଅଧିକ ସୁଯୋଗ ଦେବା ନେଇ ଆଲୋଚନା ହୋଇଥିଲା।ହଳଦୀ, ଅଦା, ସାମୁଦ୍ରିକ ଖାଦ୍ୟ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ରପ୍ତାନି ସୁଯୋଗ ସହ ୟୁଏଇର ପ୍ରମୁଖ ବ୍ରାଣ୍ଡଗୁଡ଼ିକ ପାଇଁ କଣ୍ଟ୍ରାକ୍ଟ ମ୍ୟାନୁଫାକ୍ଚରିଂ ଏବଂ ଦକ୍ଷ ମାନବ ସମ୍ବଳ ଯୋଗାଣ ନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା।ଏହି ରାଉଣ୍ଡଟେବୁଲ୍‌ ବୈଠକରେ ଓଡ଼ିଶାଭିତ୍ତିକ କମ୍ପାନୀ ରୁଚି, ଫାର୍ମ ବି, ବି ୱାନ୍‌ ଓ ଓରି କ୍ଲିନ୍‌ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ IBPG ସଭାପତି ରାଜୀବ ଶାହା ମଧ୍ୟ ଉପସ୍ଥିତ ଥିଲେ।ଓଡ଼ିଶାର ଉତ୍ପାଦନ କ୍ଷମତା, ପ୍ରାକୃତିକ ସମ୍ପଦ ଓ ଦକ୍ଷ ମାନବ ସମ୍ବଳକୁ ୟୁଏଇ ବଜାର ସହ ଯୋଡ଼ିବା ଦ୍ୱାରା ରାଜ୍ୟର ରପ୍ତାନି ଓ ଶିଳ୍ପ କ୍ଷେତ୍ରକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି।

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL