ଓଡ଼ିଶା

ଭତ୍ତା ପାଇଁ ବର୍ଷାରେ ଭିଜି ରାସ୍ତାରେ ବିକ୍ଷୋଭ କଲେ ହିତାଧିକାରୀ

ଉଦଳା: ବର୍ଷାରେ ଭିଜି ଭିଜି ଚାଲିଛି ରାସ୍ତାରୋକ । ଭତ୍ତା ପାଇଁ ବିକ୍ଷୋଭ କରୁଛନ୍ତି ବୃଦ୍ଧ ବୃଦ୍ଧା । ମୟୂରଭଞ୍ଜ ଜିଲ୍ଲା ଶରତ ଛକରେ ରାସ୍ତାରୋକ । ୭ ଘଣ୍ଟାରୁ ଅଧିକ ହେବ ବୃଦ୍ଧ ବୃଦ୍ଧା ମାନେ ବିକ୍ଷୋଭରେ ବସିଛନ୍ତି । ଲଗାଣ ବର୍ଷାରେ ଭିଜି ଭିଜି ନିଜର ହକ୍ ମାଗୁଛନ୍ତି ବିକ୍ଷୋଭ କାରୀ । ଭତ୍ତା ପାଇଁ ବର୍ଷାରେ ଭିଜି ଭିଜି ରାସ୍ତାରୋକ। ନିଜର ହକ୍ ଓ ଅଧିକାର ପାଇଁ ଲଗାଣ ବର୍ଷାକୁ ଖାତିର ନକରି ରାସ୍ତା ଉପରେ ବସିଛନ୍ତି ବୃଦ୍ଧବୃଦ୍ଧା ।

ମୟୂରଭଞ୍ଜ ଜିଲ୍ଲା ଶରତ ଛକରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଭତ୍ତା ପ୍ରଦାନରେ ଅନିୟମିତତା ଏବଂ ସମସ୍ୟାକୁ ନେଇ ବୃଦ୍ଧବୃଦ୍ଧାମାନେ ରାସ୍ତାରୋକ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସୂଚନା ଅନୁସାରେ, ଦୀର୍ଘ ସମୟ ଧରି ବୃଦ୍ଧବୃଦ୍ଧାମାନେ ଶରତ ଛକରେ ରାସ୍ତାରୋକ କରି ଧାରଣାରେ ବସିଛନ୍ତି। ବର୍ଷାରେ ଭିଜି ଭିଜି ବୃଦ୍ଧବୃଦ୍ଧାଙ୍କ ଏଭଳି ଧାରଣା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛି। ଏବେ ପ୍ରଶାସନ ପକ୍ଷରୁ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ କି ନାହିଁ, ତାହା ଉପରେ ନଜର ରହିଛି ।

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL