ଓଡ଼ିଶା

ଟ୍ରାଫିକ୍ ଡ୍ୟୁଟିରେ ଆରମ୍ଭ ହେଲା ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥା

ଭୁବନେଶ୍ୱର : ରାଜଧାନୀରେ ଟ୍ରାଫିକ୍ ପରିଚାଳନାକୁ ଅଧିକ ସ୍ମାର୍ଟ ଓ ଆଧୁନିକ କରିବା ଲକ୍ଷ୍ୟରେ କମିଶନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ରବିବାର ସନ୍ଧ୍ୟାରେ ପୁଲିସ ସେବା ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପୁଲିସ କମିଶନର ଏସ୍‌. ଦେବ ଦତ୍ତ ସିଂହ ଏହି ବ୍ୟବସ୍ଥାର ଉଦ୍ଘାଟନ କରିଥିଲେ।

ଏହି ଅବସରରେ ଅତିରିକ୍ତ ପୁଲିସ କମିଶନର ନରସିଂହ ଭୋଳ ଓ ଡିସିପି ଟ୍ରାଫିକ୍ ଅନୁପ କାନୁନଗୋଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। କ୍ଷେତ୍ରସ୍ତରରେ କାର୍ଯ୍ୟରତ ଟ୍ରାଫିକ୍ କର୍ମଚାରୀଙ୍କ ସୁରକ୍ଷା, ଦୃଶ୍ୟମାନତା ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଏହି ଆଧୁନିକ ଲାଇଟ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି।

ବିଶେଷକରି ରାତ୍ରିକାଳୀନ ଡ୍ୟୁଟି ସମୟରେ ଟ୍ରାଫିକ୍ ପୁଲିସଙ୍କୁ ଯାନବାହନ ଚାଳକମାନେ ସହଜରେ ଚିହ୍ନଟ କରିପାରିବେ। ଏହା ଦ୍ୱାରା ସଡ଼କ ସୁରକ୍ଷା ବୃଦ୍ଧି ପାଇବା ସହ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା ଅଧିକ ପ୍ରଭାବଶାଳୀ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଏହି ପଦକ୍ଷେପକୁ ସ୍ମାର୍ଟ ଟ୍ରାଫିକ୍ ପରିଚାଳନା ଦିଗରେ ଆଉ ଏକ ମାଇଲଖୁଣ୍ଟ ବୋଲି ବର୍ଣ୍ଣନା କରାଯାଇଛି।

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL