ଓଡ଼ିଶା

ନାବାଳିକାକୁ ସଂଘବଦ୍ଧ ଆକ୍ରମଣ; ୨ ନାବାଳକ ସମେତ ୬ ଗିରଫ

ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ପୋଲିସ ଜଣେ ୧୨ ବର୍ଷୀୟା ନାବାଳିକା କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ଅପହରଣ ଉଦ୍ୟମ କରିବା ଅଭିଯୋଗରେ ୨ ଜଣ ନାବାଳକ ସମେତ ସମୁଦାୟ ୬ ଜଣଙ୍କୁ ଗିରଫ କରି ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ କିସିଣ୍ଡା ଥାନା ଅନ୍ତର୍ଗତ ବଲାସିଙ୍ଗା ଗ୍ରାମର ମାନସିଂ କିସାନ ଓରଫ ମାନସ (୧୭),ବଳମ ଗ୍ରାମର ଲିଙ୍କନ ଭୁତିଆ (୧୭),କଞ୍ଚନପୁର ଗ୍ରାମର ଅରୁଣ କିସାନ (୧୮) ଏବଂ ବାଦଲ କିସାନ (୧୮),ବଳମ ଗ୍ରାମର ଗୁରୁଦେବ ବସନ୍ତରା ଓରଫ ରାହୁଲ (୧୮) ଏବଂ ଟିକେଶ୍ଵର ସାହୁ ଓରଫ ଟିଟୁ (୧୮) l ଏଥି ସହିତ ପୋଲିସ ସେମାନଙ୍କ ଠାରୁ ଗୋଟିଏ ଛୁରୀ,ଗୋଟିଏ ମୋବାଇଲ ଏବଂ ଦୁଇଟି ବାଇକ ଜବତ କରିଥିବା ଜଣା ପଡିଛି l ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ କିସିଣ୍ଡା ଥାନା ଅନ୍ତର୍ଗତ ବଲାସିଙ୍ଗା ଗ୍ରାମର ମାନସ କିସାନ ନାକଟିଦେଉଳ ଥାନା ଅନ୍ତର୍ଗତ ଡ଼ୁମାମହୁଲ ଗ୍ରାମର ଜଣେ ୧୨ ବର୍ଷୀୟା ନାବାଳିକା ର ଘର ମୋବାଇଲ ରେ ବାରମ୍ବାର ଫୋନ କରି ହଇରାଣ ହରକତ କରି ଆସୁଥିଲା l

ଗତ ୩୦ ତାରିଖ ଅପରାହ୍ନ ରେ ମଧ୍ୟ ମାନସ ନାବାଳିକା ର ଘର ମୋବାଇଲ ରେ ଫୋନ କରିବାରୁ ସମ୍ପୃକ୍ତ ନାବାଳିକାର ମାଆ ମାନସ କୁ ତୁ କିଏ ତୋ ଘର କେଉଁଠି ବୋଲି ପଚାରିବାରୁ ସେ ଆଶାଳୀନ ଭାଷାରେ କଥା ବାର୍ତ୍ତା କରିଥିଲା l ଏହି ସମୟରେ ନାବାଳିକାର ପଡୋଶୀ ଘରର ଜଣେ ଯୁବକ ନାବାଳିକାର ମୋବାଇଲ ରୁ ଫୋନରେ ହଇରାଣ କରୁଥିବା ଯୁବକ ମାନସ ର ପରିଚୟ ମାଗିବାରୁ ଉଭୟଙ୍କ ମଧ୍ୟରେ ଫୋନରେ ଯୁକ୍ତିତର୍କ ହୋଇଥିଲା l ତେବେ ରାତ୍ରି ପ୍ରାୟ ୮ ଟା ସମୟରେ ମାନସ ଉପରୋକ୍ତ ତାର ଅନ୍ୟ ୫ଜଣ ସହଯୋଗୀ ଙ୍କୁ ସାଙ୍ଗରେ ଧରି ୨ ବାଇକ ରେ ଡ଼ୁମାମହୁଲ ଗ୍ରାମକୁ ଆସିଥିଲେ l ନାବାଳିକାର ବାପା ସୋନପୁର ରେ ରହି କାମ କରୁଥିବା ରୁ ସେ ଘରେ ଅନୁପସ୍ଥିତ ଥିବା ବେଳେ ମାନସ ଏବଂ ତାର ଅନ୍ୟ ୫ ସହଯୋଗୀ ନାବାଳିକାର ଘରେ ପଶି ସମ୍ପୃକ୍ତ ନାବାଳିକାର ଚୁଟି ଟାଣି ଘର ଭିତରୁ ରାସ୍ତା ଉପରକୁ ଘୋଷାଡ଼ି ଘୋଷାଡ଼ି ଆଣି ମାଡ଼ ମାରିବା ସହ ଛୁରୀ ଦେଖାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ l ତେବେ ନାବାଳିକା ଏବଂ ତାର ମାଆ ଏବଂ ଭଉଣୀ ପାଟି କରିବାରୁ ଗାଁ ଲୋକେ ସେଠାକୁ ପଳାଇ ଆସିବାରୁ ଅଭିଯୁକ୍ତ ମାନେ ସେଠାରୁ ଚମ୍ପଟ ମାରିଥିଲେ l

ପୀଡିତା ନାବାଳିକା ଜଣଙ୍କ ନିଜ ମାଆ ଙ୍କ ସହିତ ସୋମବାର ସକାଳୁ ନାକଟିଦେଉଳ ଥାନାକୁ ଆସି ଅଭିଯୋଗ କରିଥିଲେ l ଅଭିଯୋଗ ପାଇବା ପରେ ପୋଲିସ ଏ ସମ୍ପର୍କ ରେ କେସ ନଂ ୧୩୧/୨୬ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସମ୍ପୃକ୍ତ ୬ଜଣ ଯାକ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲେ l ମଙ୍ଗଳବାର ଗିରଗ ସମସ୍ତ ଅଭିଯୁକ୍ତଙ୍କୁ ରେଢ଼ାଖୋଲ କୋର୍ଟ ଚାଲାଣ କରାଯାଇଛି ବୋଲି ନାକଟିଦେଉଳ ଥାନା ଅଧିକାରୀ ଅମୁନସେନ କିରୋ କହିଛନ୍ତି l

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL