କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ବଡ଼ବେତରା ଗ୍ରାମର ପରୋପକାରୀ ଓ ଲୋକପ୍ରିୟ ବ୍ୟକ୍ତିତ୍ବ ଗୌରାଙ୍ଗ ପ୍ରସାଦ ମହାପାତ୍ରଙ୍କ ଏକାଦଶାହରେ ତାଙ୍କର ସ୍ମୃତି ପ୍ରତି ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବୀ ଓ ଜନପ୍ରତିନିଧିମାନେ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି | ସ୍ବର୍ଗତ ଗୌରାଙ୍ଗ ପ୍ରସାଦ ମହାପାତ୍ର ଜଣେ ଅତ୍ୟନ୍ତ ଲୋକପ୍ରିୟ ଓ ସ୍ନେହୀ ବ୍ୟକ୍ତିତ୍ବ ଥିଲେ | ଗ୍ରାମର ଇଷ୍ଟଦେବ ମଦନ ମୋହନଙ୍କ ପ୍ରତି ତାଙ୍କର ଅଚଳାଚଳ ଭକ୍ତି ରହିଥିଲା |
ସୂଚନାଯୋଗ୍ୟ ୧୯୪୦ ମସିହା ଡିସେମ୍ବର ମାସର ୫ ତାରିଖରେ ଜନ୍ମଗ୍ରହଣ କରିଥିବା ଗୌରାଙ୍ଗ ପ୍ରସାଦ ମହାପାତ୍ର ଜଣେ କଳାପ୍ରେମୀ ଓ ସମାଜସେବୀ ତଥା ପରୋପକାରୀ ବ୍ୟକ୍ତିଭାବରେ ବଡ଼ବେତରା ଓ ଆଖପାଖରେ ଜଣାଶୁଣା ଥିଲେ | ଗତ ଜୁଲାଇ ୨୮ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା | ଗ୍ରାମର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମାପନ ହୋଇଥିଲା | ତାଙ୍କର ଜ୍ୟୋଷ୍ଠ ପୁତ୍ର ଦୀପକ କୁମାର ମହାପାତ୍ର ମୁଖାଗ୍ନି ଦେଇଥିଲେ |







