ଗୋଳନ୍ଥରା : ଗୋଳନ୍ଥରା ଥାନା ଅନ୍ତର୍ଗତ ତୋତଡ଼ାପଲ୍ଲି ଗ୍ରାମର ଜଣେ ମହିଳାଙ୍କୁ ବିଷାକ୍ତ ସାପ କାମୁଡିବା ଦ୍ଵାରା ତାଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଛି l ମୃତ ମହିଳା ଜଣଙ୍କ ହେଲେ ତୋତଡାପଲ୍ଲୀ ଗ୍ରାମର କେ. ଧର୍ମାଙ୍କ ପତ୍ନୀ କେ. ଭାନୁ (୫୦) ବର୍ଷ ବୋଲି ପୋଲିସ ସୂଚନା ଦେଇଛି l ସୂଚନା ଅନୁଯାଇ, ମୃତ ଭାନୁ ଶୁକ୍ରବାର ଭୋର ୪ଟା ବେଳେ ଘରେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା l
ପରିବାର ଲୋକ ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଭର୍ତ୍ତି କରାଇଥିଲେ l ସକାଳ ପ୍ରାୟ ୯ ଘଣ୍ଟା ସମୟରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏ ନେଇ ମୃତ ଭାନୁଙ୍କ ପୁଅ କେ. କ୍ରୀଷ୍ଣା ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା କେଶ ନଂ ୩୩/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।








