ଓଡ଼ିଶା

ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ପ୍ରିମିୟମ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ଭୁବନେଶ୍ୱର : ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ପ୍ରିମିୟମ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ ଏକ ଅଙ୍ଗନୱାଡ଼ି କେନ୍ଦ୍ରରେ  “ମା’ର କ୍ଷୀରର ଶକ୍ତି” ଶୀର୍ଷକ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ଅବସରରେ ବିଶିଷ୍ଟ ଚିକିତ୍ସକ *ଡା. ନିହାର ରଞ୍ଜନ ଭୋଇ* ନବଜାତ ଶିଶୁ ପାଇଁ ମା’ର କ୍ଷୀରର ଅପରିହାର୍ଯ୍ୟତା, ପ୍ରସବ ପରେ ସଠିକ୍ ସ୍ତନ୍ୟପାନ ପ୍ରଣାଳୀ, ଗର୍ଭାବସ୍ଥା ଓ ପ୍ରସବ ପରବର୍ତ୍ତୀ ସମୟରେ ମା’ଙ୍କ ପାଇଁ ଆବଶ୍ୟକ ପୌଷ୍ଟିକ ଖାଦ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ସୁସ୍ଥ ମା’ ହିଁ ସୁସ୍ଥ ଶିଶୁର ଭିତ୍ତିଭୂମି ଏବଂ ମା’ର କ୍ଷୀର ହେଉଛି ଶିଶୁର ପ୍ରଥମ ଓ ସର୍ବୋତ୍ତମ ପୋଷଣ।

କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳାମାନଙ୍କୁ ପୌଷ୍ଟିକ ଖାଦ୍ୟ କିଟ୍ ବଣ୍ଟନ କରାଯାଇ ସୁସ୍ଥ ମାତୃତ୍ୱ ଓ ସନ୍ତୁଳିତ ଖାଦ୍ୟ ଗ୍ରହଣ ପାଇଁ ପ୍ରୋତ୍ସାହିତ କରାଯାଇଥିଲା।

ଏହି ସେବାମୂଳକ କାର୍ଯ୍ୟକ୍ରମରେ କ୍ଲବର ସଭାପତି  ମଧୁସ୍ମିତା ତ୍ରିପାଠୀ, ସମ୍ପାଦକ ରୂପମ ମହାପାତ୍ର, କୋଷାଧ୍ୟକ୍ଷ  ପାୟଲ ଆଚାର୍ଯ୍ୟଙ୍କ ସହ ଅପରାଜିତା ପଟ୍ଟନାୟକ, ଆଶିଷ ଲେଙ୍କା, ତୁଷାର ନନ୍ଦ, ସଞ୍ଜୀବ ପାତ୍ର  ଓ ଶଶୀକାନ୍ତ ବାରିକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

“ସୁସ୍ଥ ମା’ – ସୁସ୍ଥ ଶିଶୁ, ସୁସ୍ଥ ସମାଜ” ଲକ୍ଷ୍ୟକୁ ନେଇ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ପ୍ରିମିୟମ ଏପରି ଜନସଚେତନତାମୂଳକ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରଖିବ ବୋଲି ସଭାପତି ମଧୁସ୍ମିତା ତ୍ରିପାଠୀ ପ୍ରକାଶ କରିଥିଲେ।

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL