ଓଡ଼ିଶା

ଦୁର୍ଘଟଣାରେ ଆୟୁର୍ବେଦ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ

ବଲାଙ୍ଗିର: ବଲାଙ୍ଗିର ଭାଗୀରଥୀ ଛକ-ସର୍କିଟ ହାଉସ ରାସ୍ତା ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଇକ ଧକ୍କାରେ ଗୁରୁତର ଆୟୁର୍ବେଦ ଡାକ୍ତରୀ ଛାତ୍ରୀଙ୍କର ଚିକିତ୍ସାଧିନ ଅବସ୍ଥାରେ ବରଗଡ଼ ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ମୃତ୍ୟୁ ହୋଇଯାଇଛି। ମୃତ ଛାତ୍ରୀ ଜଣକ କେଉଁଝର ଜିଲାର ସିମରନ ଷଡ଼ଙ୍ଗୀ ବୋଲି ଜଣାପଡିଛି। ସେ ବଲାଙ୍ଗିର ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ପ୍ରଥମ ବର୍ଷର ଡାକ୍ତର ଛାତ୍ରୀ ଥିଲେ। ଗତ ଶନିବାର ସକାଳେ ସେ ସାଙ୍ଗ ମାନଙ୍କ ସହ ମହାବିଦ୍ୟାଳୟକୁ ଆସୁଥିଲେ। ଏତିକିବେଳେ ଏକ ବାଇକ ଧକ୍କାରେ ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ବଲାଙ୍ଗିର ଭୀମ ଭୋଇ ମେଡିକାଲ ଏବଂ ପରେ ବରଗଡ଼ ସ୍ଥିତ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ରବିବାର ବିଳମ୍ୱିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ସିମରନଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ବଲାଙ୍ଗିର ଆୟୁର୍ବେଦିକ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଟାଉନ ଥାନାରେ ଅଭିଯୋଗ କରିବା ସହ ଦୂର୍ଘଟଣା ଘଟାଇଥିବା ବାଇକ ଚାଳକ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି। ଶତାଧିକ ଛାତ୍ରଛାତ୍ରୀ ମହାବିଦ୍ୟାଳୟ ସମ୍ମୁଖ ରାସ୍ତାରେ ବସି ଭାଗିରଥୀ ଛକ – ସର୍କିଟ ହାଉସ ରାସ୍ତା ଅବରୋଧ କରିଛନ୍ତି । ବଲାଙ୍ଗିର ଟାଉନ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା ଜାରି ରଖିଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL